ଓଡିଶା

odisha

ETV Bharat / bharat

ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଯୋଗୀ ସରକାର; 83 ରୋହିଙ୍ଗ୍ୟାଙ୍କୁ ବାନ୍ଧିଲା ୟୁପି ATS - ଉତ୍ତର ପ୍ରଦେଶରେ ରୋହିଙ୍ଗିୟା ଗିରଫ

ଉତ୍ତର ପ୍ରଦେଶର ଏକାଧିକ ଜିଲ୍ଲାରେ ATS ଚଢାଉ । 83 ରୋହିଙ୍ଗ୍ୟା ହେଲେ ଗିରଫ । ଅଧିକ ପଢନ୍ତୁ

UP: 83 ରୋହିଙ୍ଗିୟାଙ୍କୁ ଗିରଫ କଲା ATS
UP: 83 ରୋହିଙ୍ଗିୟାଙ୍କୁ ଗିରଫ କଲା ATS

By

Published : Jul 24, 2023, 9:07 PM IST

UP: ଆକ୍ସନମୋଡରେ ATS, ବିଭିନ୍ନ ସ୍ଥାନରୁ 83 ରୋହିଙ୍ଗିୟା ଗିରଫ

ଲକ୍ଷ୍ନୌ:ଉତ୍ତର ପ୍ରଦେଶର 6ଟି ଜିଲ୍ଲାରେ ରାଜ୍ୟ ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍) ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମଥୁରା, ସାହାରନପୁର, ମିରଟ, ହାପୁର, ଗାଜିଆବାଦ ଏବଂ ଆଲିଗଡରେ ବେଆଇନ ଭାବେ ରହୁଥିବା ମୋଟ 83 ରୋହିଙ୍ଗ୍ୟା ମୁସଲମାନଙ୍କୁ ଗିରଫ କରିଛି ଏଟିଏସ । ଉତ୍ତର ପ୍ରଦେଶ ସରକାର ତଥା ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ରାଜ୍ୟ ଏଟିଏସ୍ ୟୁନିଟ ରୋହିଙ୍ଗ୍ୟାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଥି । ସୀମା ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିବା ପରେ ବିନା ପ୍ରମାଣପତ୍ରରେ ବର୍ଷ ବର୍ଷ ଧରି ଲୁଚି ରହୁଛନ୍ତି ଏହି ରୋହିଙ୍ଗ୍ୟାମାନେ । ଏମାନେ ବିଭିନ୍ନ ସମୟରେ ଅପରାଧରେ ସମ୍ପୃକ୍ତ ଥିବା ମଧ୍ୟ ଏକାଧିକ ଘଟଣାରୁ ସ୍ପଷ୍ଟ ହୋଇଛି ।

କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ ଉତ୍ତର ପ୍ରଦେଶ ଏଟିଏସ୍ ମୁଖ୍ୟ ନବୀନ ଆରୋରା କହିଛନ୍ତି, ବେଆଇନ ଭାବେ ସୀମା ପାର ହେବା ପରେ ରୋହିଙ୍ଗ୍ୟାମାନେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ରହୁଥିବା ସୂଚନା ମିଳିଥିଲା । ଏହାକୁ ଯାଞ୍ଚ କରିବା ପାଇଁ ଜିଲ୍ଲା ପୋଲିସ ଏବଂ ଏଟିଏସର ଫିଲ୍ଡ ୟୁନିଟ୍ ଏକ ମିଶନ ଆରମ୍ଭ କରିଛି । ଏହା ପରେ ଗତ ଦୁଇ ଦିମନ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ମୋଟ 83 ରୋହିଙ୍ଗ୍ୟା ମୁସଲମାନଙ୍କୁ ଗିରଫ କରିଛି ଏଟିଏସ ।

ଗିରଫଦାରୀ ପରେ ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ଯେ, ଏମାନେ ସମସ୍ତେ ବାଂଲାଦେଶ ଓ ମିଆଁମାରର ନାଗରିକ । ସୀମା ଅତିକ୍ରମ କରିବା ପରେ ଏମାନେ ଏମାନେ ବିଭିନ୍ନ ରାଜ୍ୟରେ ଲୁଚି ରହୁଛନ୍ତି । ସରକାରୀ ଜମି ଅଧିକୃତ କରି ସେମାନେ ବେଆଇନ ଭାବେ ରହିବା ସହ ଅପରାଧିକ କାଣ୍ଡ ମଧ୍ୟ ଭିଆଉଛନ୍ତି । ରବିବାରଠାରୁ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନରେ କେବଳ ମଥୁରା ଜିଲ୍ଲାରୁ 40 ଜଣ ରୋହିଙ୍ଗ୍ୟାଙ୍କୁ ଗିରଫ କରାଯାଇଛି । ଅନ୍ୟ ଏକାଧିକ ଜିଲ୍ଲାରୁ ଅବଶିଷ୍ଟ 43 ଜଣ ଅଭିଯୁକ୍ତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-BSF ଗୁଳିରେ ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀ ମୃତ

ଉତ୍ତର-ପୂର୍ବ ରାଜ୍ୟ ସମେତ ବାଂଲାଦେଶ ସୀମାକୁ ଲାଗିଥିବା ପଶ୍ଚିମବଙ୍ଗ ସୀମାରେ ଏମାନେ ଅନ୍ତର୍ଜାତୀୟ ସୀମା ପାର ହୋଇ ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଥିବାର ବାରମ୍ବାର ପ୍ରମାଣ ମିଳୁଛି । ଏମାନଙ୍କ ଅତିକ୍ରମଣକୁ ପ୍ରତିହତ କରିବା ପାଇଁ ଆସାମ ସରକାର ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି । ସେହିପରି ଅନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବଳ ମଧ୍ୟ ପାଟ୍ରୋଲିଂକୁ କଡାକଡି କରିବାରେ ଲାଗିଛି । ଗୋଟିଏପଟେ ଏମାନଙ୍କ ଅନୁପ୍ରବେଶ ରୋକିବା ସହ ଏମାନେ ଦେଶର କୌଣସି ରାଜ୍ୟରେ ଲୁଚି ରହିଥିଲେ ଆତଙ୍କବାଦ ନିରୋଧୀ ଦଳ (ଏଟିଏସ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details