୧୪୬ ଆସନରେ ଆଗରେ ବିଜେପି ପ୍ରାର୍ଥୀ । ଗୋରଖପୁର ଆସନରୁ ପ୍ରାୟ ୧ ଲକ୍ଷ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଉତ୍ତର ପ୍ରଦେଶ ଜନାଦେଶ 2022: ୧ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ - UP assembly poll result
16:45 March 10
୧ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
14:57 March 10
୧୯ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ, ୩ରେ ସମାଜବାଦୀ ପାର୍ଟି
୧୬ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ,୩ ରେ ସମାଜବାଦୀ ପାର୍ଟି । ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସ ଖାତା ଖୋଲିପାରି ନାହାନ୍ତି ।
13:41 March 10
୫ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ, ୨୬୧ରେ ଆଗୁଆ
ଉତ୍ତର ପ୍ରଦେଶରେ ୧୬ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ । ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ବିଜୟୀ ହୋଇଥବା ସୂଚନା । ଏବେ ମଧ୍ୟ ୨୬୪ ଆସନରେ ଆଗୁଆ ଅଛି ବିଜେପି ।
11:50 March 10
272 ଆସନରେ ଆଗରେ BJP ଆଗୁଆ
275 ଆସନରେ ଆଗରେ ବିଜେପି ପ୍ରା୍ର୍ଥୀ ଆଗୁଆ । ସମାଜବାଦୀ ପାର୍ଟି ମାତ୍ର ୧୧୬ ରେ ଆସନରେ ଆଗରେ । ଜାରି ରହିଛି ଗଣତି ।
10:37 March 10
ଆସିଲା ସମସ୍ତ ୪୦୩ ଆସନରେ ଟ୍ରେଣ୍ଡିଂ
ଆସିଲା ସମସ୍ତ ୪୦୩ ଆସନରେ ଟ୍ରେଣ୍ଡିଂ । ୨୫୨ ଆସନରେ BJP ଆଗୁଆ । ୧୩୪ ଆସନ ସହ ଦ୍ବିତୀୟ ସ୍ଥାନରେ ରହିଛି ସମାଜବାଦୀ ପାର୍ଟି ।
10:13 March 10
242 ଆସନରେ ଆଗରେ ବିଜେପି ପ୍ରାର୍ଥୀ
242 ଆସନରେ ଆଗରେ ବିଜେପି ପ୍ରାର୍ଥୀ । ୧୧୮ରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଗୁଆ । କଂଗ୍ରେସ ଓ ବହୁଜନ ସମାଜବାଦୀ ପାର୍ଟି ଯଥାକ୍ରମେ ୮ ଓ ୫ ଆସନରେ ଆଗୁଆ ।
09:53 March 10
ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ଅତିକ୍ରମ କଲା ବିଜେପି
ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ ନମ୍ବର ଅତିକ୍ରମ କଲା ବିଜେପି । ୨୨୦ ଆସନରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ । ବର୍ତ୍ତମାନ ସୁଦ୍ଧା ୩୫୩ ଆସନରୁ ଆସିଛି ଟ୍ରେଣ୍ଡିଂ ଫଳାଫଳ ।
09:43 March 10
ଗୋରଖପୁରରୁ ଲିଡ୍ କରୁଛନ୍ତି ଯୋଗୀ ଆଦିତ୍ୟନାଥ
ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଗୋରଖପୁର ଅର୍ବାନ ଆସନରୁ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କରହଲରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଗୁଆ ।
09:18 March 10
ଗଣତି ଜାରି: ୧ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, 146 ଆସନରେ ଦଳୀୟ ପ୍ରାର୍ଥୀ ଆଗୁଆ
ଲକ୍ଷ୍ନୌ:ଜାରି ରହିଛି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଭୋଟ ଗଣତି । ଉତ୍ତର ପ୍ରଦେଶରେ 265 ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଥିବା ବେଳେ ବିଜେପି ୨୦୦ ଆସନରେ ଆଗୁଆ ରହିଛି । ସେହିପରି 87 ଆସନରେ ଆଗୁଆ ଚାଲିଛି ସମାଜବାଦୀ ପାର୍ଟି ।