ଓଡିଶା

odisha

ETV Bharat / bharat

ୟୁପି ବିଧାନସଭା ନିର୍ବାଚନ: ବିଜେପି ଆରମ୍ଭ କଲା 'ମୋ ପରିବାର-ବିଜେପି ପରିବାର' - ବିଜେପି ଖବର

ଉତ୍ତରପ୍ରଦେଶ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ। ଆଗକୁ ରହିଛି ବିଧାନସଭା ନିର୍ବାଚନ । ଆଜି ବିଜେପି ନିଜର ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଆରମ୍ଭ କରିଛି ନୂତନ କାର୍ଯ୍ୟକ୍ରମ 'ମୋ ପରିବାର-ବିଜେପି ପରିବାର' । ଏହା ସହ ଆଗାମୀ ବିଧାନସଭା ନିର୍ବାଚନ ନେଇ ରଣହୁଙ୍କାର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଅଧିକ ପଢନ୍ତୁ...

HM Amit shah launches BJP party programme Mera Parivaar-BJP Parivaar
ରଙ୍ଗବତୀ ଗୀତ ପରେ ସୁର ରାଉତରାୟଙ୍କ ପୁଣି ଏକ ନୂଆ ଗୀତ ରେକର୍ଡ କରାଯାଇଛି । ଗୀତର ନା ହେଉଛି “ ପ୍ରେମରେ ପଡିଗଲି " । ଏହି ଗୀତଟି ଉଭୟ ସୁର ରାଉତରାୟ ଓ ତାଙ୍କ ପତ୍ନୀ ମାନିଙ୍କ ପ୍ରେମ ସମ୍ପର୍କଙ୍କୁ ନେଇ ହୋଇଛି । ଏଥିରେ ଉଭୟ କଣ୍ଠଦାନ କରିଛନ୍ତି । ଏହାଛଡା ଅଭିଜିତ ଭଟଚର୍ଯ୍ୟ ଓ ଜ୍ୟୋତିର୍ମୟୀ ନାୟକ ଏହି ଗୀତ ଗାଇଛନ୍ତି । ଏହି ସଙ୍ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନେର୍ଦ୍ଦେଶକ ଜାପାନୀ ।ଗୀତଟି ଲେଖିଛନ୍ତି ତପୁ ନାୟକ। ସୁରଙ୍କର ରଙ୍ଗବତୀ ଗୀତ ଯେପରି ଲୋକମାନଙ୍କ ଦ୍ଵାରା ଆଦୃତ ହୋଇଥିଲା , ଏହାମଧ୍ୟ ସେହିପରି ଆଦୃତ ହେବ ବୋଲି ଜାପାନୀ କହିଛନ୍ତି । ବାଇଟ ୧ :- ସୁର ରାଉତରାୟ ବାଇଟ ୨ :- ଜାପାନୀ , ସଙ୍ଗୀତ ନିର୍ଦ୍ଦେଶକBody:ରଙ୍ଗବତୀ ଗୀତ ପରେ ସୁର ରାଉତରାୟଙ୍କ ପୁଣି ଏକ ନୂଆ ଗୀତ ରେକର୍ଡ କରାଯାଇଛି । ଗୀତର ନା ହେଉଛି “ ପ୍ରେମରେ ପଡିଗଲି " । ଏହି ଗୀତଟି ଉଭୟ ସୁର ରାଉତରାୟ ଓ ତାଙ୍କ ପତ୍ନୀ ମାନିଙ୍କ ପ୍ରେମ ସମ୍ପର୍କଙ୍କୁ ନେଇ ହୋଇଛି । ଏଥିରେ ଉଭୟ କଣ୍ଠଦାନ କରିଛନ୍ତି । ଏହାଛଡା ଅଭିଜିତ ଭଟଚର୍ଯ୍ୟ ଓ ଜ୍ୟୋତିର୍ମୟୀ ନାୟକ ଏହି ଗୀତ ଗାଇଛନ୍ତି । ଏହି ସଙ୍ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନେର୍ଦ୍ଦେଶକ ଜାପାନୀ ।ଗୀତଟି ଲେଖିଛନ୍ତି ତପୁ ନାୟକ। ସୁରଙ୍କର ରଙ୍ଗବତୀ ଗୀତ ଯେପରି ଲୋକମାନଙ୍କ ଦ୍ଵାରା ଆଦୃତ ହୋଇଥିଲା , ଏହାମଧ୍ୟ ସେହିପରି ଆଦୃତ ହେବ ବୋଲି ଜାପାନୀ କହିଛନ୍ତି । ବାଇଟ ୧ :- ସୁର ରାଉତରାୟ ବାଇଟ ୨ :- ଜାପାନୀ , ସଙ୍ଗୀତ ନିର୍ଦ୍ଦେଶକConclusion:ରଙ୍ଗବତୀ ଗୀତ ପରେ ସୁର ରାଉତରାୟଙ୍କ ପୁଣି ଏକ ନୂଆ ଗୀତ ରେକର୍ଡ କରାଯାଇଛି । ଗୀତର ନା ହେଉଛି “ ପ୍ରେମରେ ପଡିଗଲି " । ଏହି ଗୀତଟି ଉଭୟ ସୁର ରାଉତରାୟ ଓ ତାଙ୍କ ପତ୍ନୀ ମାନିଙ୍କ ପ୍ରେମ ସମ୍ପର୍କଙ୍କୁ ନେଇ ହୋଇଛି । ଏଥିରେ ଉଭୟ କଣ୍ଠଦାନ କରିଛନ୍ତି । ଏହାଛଡା ଅଭିଜିତ ଭଟଚର୍ଯ୍ୟ ଓ ଜ୍ୟୋତିର୍ମୟୀ ନାୟକ ଏହି ଗୀତ ଗାଇଛନ୍ତି । ଏହି ସଙ୍ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନେର୍ଦ୍ଦେଶକ ଜାପାନୀ ।ଗୀତଟି ଲେଖିଛନ୍ତି ତପୁ ନାୟକ। ସୁରଙ୍କର ରଙ୍ଗବତୀ ଗୀତ ଯେପରି ଲୋକମାନଙ୍କ ଦ୍ଵାରା ଆଦୃତ ହୋଇଥିଲା , ଏହାମଧ୍ୟ ସେହିପରି ଆଦୃତ ହେବ ବୋଲି ଜାପାନୀ କହିଛନ୍ତି । ବାଇଟ ୧ :- ସୁର ରାଉତରାୟ ବାଇଟ ୨ :- ଜାପାନୀ , ସଙ୍ଗୀତ ନିର୍ଦ୍ଦେଶକ

By

Published : Oct 29, 2021, 4:43 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ଆଗକୁ ରହିଛି ବିଧାନସଭା ନିର୍ବାଚନ । ଆଜି ବିଜେପି ନିଜର ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଆରମ୍ଭ କରିଛି ନୂତନ କାର୍ଯ୍ୟକ୍ରମ । କେନ୍ଦ୍ର ଗୃହ ଓ ସହଭାଗିତା ମନ୍ତ୍ରୀ ଅମିତ ଶାହ ଆଜି ଉତ୍ତରପ୍ରଦେଶର ଲକ୍ଷ୍ନୌରେ 'ମୋ ପରିବାର-ବିଜେପି ପରିବାର' Mera Parivaar-BJP Parivaar' ଦଳୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହା ସହ ଉତ୍ତରପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନର ରଣହୁଙ୍କାର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

କେନ୍ଦ୍ର ଗୃହ ଓ ସହଭାଗିତା ମନ୍ତ୍ରୀ ଅମିତ ଶାହ ଆଜି ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି । ଲକ୍ଷ୍ନୌରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଦଳର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ଉତ୍ତର ପ୍ରଦେଶରେ ଆସନ୍ତା ବିଧାନସଭା ନିର୍ବାଚନ ନେଇ ବିଜେପି ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ 'ମୋ ପରିବାର-ବିଜେପି ପରିବାର' ମାଧ୍ୟମରେ ଦଳରେ ଅଧିକ ପରିମାଣରେ କାର୍ଯ୍ୟକର୍ତ୍ତା ସହିତ ଲୋକଙ୍କୁ ଜଡିତ କରାଯିବ। ଏହା ସହ ଉତ୍ତରପ୍ରଦେଶର ଗରିବ, ଦଳିତ, ନିଷ୍ପେଷିତ ସମେତ ସମାଜର ଅନ୍ତିମ ପାହାଚରେ ଥିବା ଲୋକଙ୍କ ସହିତ ଜଡିତ କରିବା ଲକ୍ଷ୍ୟ ବୋଲି ଶାହ କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିଛନ୍ତି। ଉତ୍ତରପ୍ରଦେଶର ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାର ବିକାଶମୂଳକ କାର୍ଯ୍ୟ କରିଛି। ଅଖିଳେଶ ସରକାରଙ୍କ ବଜେଟ ସହିତ ଯୋଗୀ ସରକାରଙ୍କ ବଜେଟ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ରାଜ୍ୟରେ ରୋଜଗାର, ମେଡିକାଲ କଲେଜ, ଗ୍ୟାସ ବଣ୍ଟନ ସମେତ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି । ଏହା ସହ ଲୋକଙ୍କ ପାଖରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରିବା ବାତାବରଣ ସୃଷ୍ଟି କରିପାରିଛି ବୋଲି ଗୃହମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ବିଜେପି ସରକାର ଦଙ୍ଗା,ଗୁଣ୍ଡାରାଜକୁ ରୋକିବାରେ ସଫଳ ହୋଇଛି । ଏହା ସହ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦ ପାର୍ଟିର ଶାସନ କାଳକୁ ମନେ ପକାଇଛନ୍ତି ଅମିତ ଶାହ। ଅଖିଳେଶ ଓ ମାୟାବତୀ ଭଉଣୀଙ୍କ ଶାସନ ସମୟରେ ଉତ୍ତରପ୍ରଦେଶରେ ଗୁଣ୍ଡାରାଜ ଶାସନ ଚାଲୁଥିଲା। ରାଜ୍ୟର ପ୍ରତ୍ୟେକ ଅଞ୍ଚଳ ବାହୁବଳୀଙ୍କ କବଜାର ରହୁଥିଲା ବର୍ତ୍ତମାନ ତାହା ଆଉ ସମ୍ଭବ ନୁହେଁ। ଏହା ସହ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରି ଶାହ କହିଛନ୍ତି ଯେ ଗାନ୍ଧୀ ପରିବାର ଦୀର୍ଘ ଦିନ ହେଲା ଦେଶରେ ଶାସନ କରିଛନ୍ତି କିନ୍ତୁ ଲୋକଙ୍କ ପାଇଁ କୌଣସି କାର୍ଯ୍ୟ କରିନାହିଁନ୍ତି କେବଳ ପରିବାରବାଦକୁ ପ୍ରଶ୍ରୟ ଦେଇଛନ୍ତି।

ଗତ ପାଞ୍ଚ ବର୍ଷ ଯୋଗୀ ସରକାର ନିର୍ବାଚନ ଇସ୍ତାହାର ଘୋଷଣା ଅନୁଯାୟୀ କାର୍ଯ୍ୟ କରିଛି । ୯୦ ପ୍ରତିଶତ କାର୍ଯ୍ୟ କରାଯାଇଛି ଅଳ୍ପ କିଛି ମାସ ମଧ୍ୟରେ ବଳକା ୧୦ ପ୍ରତିଶତ ମଧ୍ୟ କରାଯିବ ବୋଲି ଶାହ କହିଛନ୍ତି । ଏହା ସହ ଉତ୍ତପ୍ରଦେଶରେ ରାମ ମନ୍ଦିର ନିର୍ମାଣ ନେଇ କେହି ବିଶ୍ବାସ କରିନଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢନେତୃତ୍ବ ଯୋଗଁ ଆଜି ଅଯୋଧ୍ୟାରେ ଭବ୍ୟମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଏହା ସହ ଧାରା ୩୭୦ ସମେତ ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ଅମିତ ଶାହ କହିଛନ୍ତି। ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନ ହାସଲ କରି ପୁଣି ବିଜୟ ହାସଲ କରିବ ବୋଲି ଶାହ ପୂର୍ବାନୁମାନ କରିଛନ୍ତି।

ABOUT THE AUTHOR

...view details