ଓଡିଶା

odisha

ETV Bharat / bharat

ମିଶନ-୨୦୨୨: ଆଗ୍ରା ଗସ୍ତରେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ - ଆଗ୍ରା ଗସ୍ତ

ମିଶନ ୨୦୨୨ ପାଇଁ ଆଜି ଆଗ୍ରା ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁୁ...

ମିଶନ-୨୦୨୨ : ଆଗ୍ରା ଗସ୍ତରେ ଜେପି ନଡ୍ଡା ଓ  ଯୋଗୀ ଆଦିତ୍ୟନାଥ
ମିଶନ-୨୦୨୨ : ଆଗ୍ରା ଗସ୍ତରେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ

By

Published : Aug 8, 2021, 2:43 PM IST

ନୂଆଦିଲ୍ଲୀ: ଆସନ୍ତା ୨୦୨୨ରେ ୭ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏନେଇ ଏବେଠୁ ରୋଡମ୍ୟାପ ପ୍ରସ୍ତୁତ ପାଇଁ ଆଣ୍ଟା ଭିଡିଲାଣି ବିଜେପି । ଆଗକୁ କଣ ରହିବ ରଣନୀତି ? ନିର୍ବାଚନରେ କେମିତି ଅଧିକ ସିଟ୍ ହାତେଇବ ବିଜେପି ? ଯେଉଁଥିପାଇଁ ଏବେଠାରୁ ଆରମ୍ଭ ହେଲାଣି ଘନ ଘନ ବୈଠକ । ମିଶନ ୨୦୨୨ ପାଇଁ ଆଜି ଆଗ୍ରା ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ଆଗ୍ରାର ବ୍ରଜ ଅଞ୍ଚଳର ନେତାଙ୍କ ସହ ୨୦୨୨ ବିଧାନସଭା ନିର୍ବାଚନ ନେଇ ଆଲୋଚନା କରିବେ । ଆଗ୍ରା ସ୍ଥିତ ଖେରିଆ ବିମାନବନ୍ଦରରେ ପହଞ୍ଚିବା ପରେ ସ୍ଥାନୀୟ ବିଜେପି ନେତା ଜେପି ନଡ୍ଡା ଏବଂ ସିଏମ ଯୋଗୀଙ୍କୁ ସ୍ୱାଗତ କରିଥିଲେ।

ଆଗ୍ରାରେ ପହଞ୍ଚିବା ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏକ ବିଳାଶପୂର୍ଣ୍ଣ ହୋଟେଲରେ ବୈଠକ କରି ବିଧାୟକଙ୍କ ରିପୋର୍ଟ କାର୍ଡ ଯାଞ୍ଚ କରିବେ। ଏହି କାର୍ଯ୍ୟକ୍ରମରେ ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ, ଡେପୁଟି ସିଏମ ଦୀନେଶ ଶର୍ମା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ, ରାଜ୍ୟ ଦାୟିତ୍ୱରେ ଥିବା ରାଧା ମୋହନ ସିଂ, ବିଜେପି ରାଜ୍ୟ ସଭାପତି ସ୍ବତନ୍ତ ଦେବ ସିଂ ଏବଂ ସୁନୀଲ ବନସାଲ ମଧ୍ୟ ଉପସ୍ଥିତ ରହିଛନ୍ତି। ଏଥି ସହ ବିଜେପି ଜିଲ୍ଲା ସଭାପତି, ଜିଲ୍ଲା ଇନଚାର୍ଜ, ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଅଛନ୍ତି।

କରୋନା ୱାରିୟର୍ସଙ୍କୁ ସମ୍ମାନିତ କରାଯିବ

ବ୍ରଜ ଅଞ୍ଚଳର ନେତାଙ୍କ ସହ ସାକ୍ଷାତ ପରେ ବିଜେପି ସଭାପତି ଜେପି ନଡ୍ଡା ଏବଂ ସିଏମ ଯୋଗୀ ଫତେହାବାଦ ରୋଡରେ ଥିବା SNJ ଗୋଲ୍ଡ ହୋଟେଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କରୋନା ୱାରିୟର୍ସଙ୍କୁ ସମ୍ମାନିତ କରିବେ। କରୋନା ୱାରିୟର୍ସ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଜେପି ସଭାପତି ଜେପି ନଡ୍ଡା କୋଭିଡ ଟିକା ଟୀକାକରଣ ଏବଂ କୋରୋନା ତୃତୀୟ ତରଙ୍ଗର ବିପଦ ବିଷୟରେ ଲୋକଙ୍କୁ ଅବଗତ କରାଇବେ। ଏହାପରେ ସନ୍ଧ୍ୟା ୫ ଟାରେ SNJ ଗୋଲ୍ଡ ହୋଟେଲରୁ ଖେରିଆ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details