ଲକ୍ଷ୍ନୌ:ଆଜି (ରବିବାର) ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ୫ମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସଂନ୍ଧ୍ୟା ୬ ଟା ସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟରୁ ମୋଟ 55.15 ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ରହିଛି । ଏହି ପର୍ଯ୍ୟାୟରେ 12ଟି ଜିଲ୍ଲାର 61ଟି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳର ମୋଟ ୬୯୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିଛନ୍ତି ରାଜ୍ୟବାସୀ ।
UP poll 5th phase: ସନ୍ଧ୍ୟା ୬ଟା ସୁଦ୍ଧା ୫୫.୧୫ ପ୍ରତିଶତ ଭୋଟିଂ - ୟୁପି ପଞ୍ଚମ ପର୍ଯାୟ ମତଦାନ
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ୫ପର୍ଯ୍ଯାୟ ମତଦାନ ଶେଷ । ସନ୍ଧ୍ୟା 6ଟା ସୁଦ୍ଧା 55.15 ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ସୂଚନା । ଅଧିକ ପଢନ୍ତୁ
up poll 5th phase: ସନ୍ଧ୍ୟା ୬ଟା ସୁଦ୍ଧା ୫୫.୧୫ ପ୍ରତିଶତ ଭୋଟିଂ
61ଟି ବିଧାନସଭା ଆସନ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ଭାବେ ଆମେଥି, ରାଏବରେଲି, ସୁଲତାନପୁର, ଚିତ୍ରକୁଟ, ପ୍ରତାପଗଡ, ପ୍ରୟାଗରାଜ, ଅଯୋଧ୍ୟା ଏବଂ ଗୋଣ୍ଡା ପ୍ରମୁଖ ଚର୍ଚ୍ଚିତ ଆସନ ମଧ୍ୟ ରହିଛି । ସେହିପରି ପ୍ରମୁଖ ଚେହେରା ଭାବେ ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, କଂଗ୍ରେସ ବିଧାନସଭା ଦଳର ନେତା ଆରାଧନା ମିଶ୍ର, ଅନ୍ୟତମ ବାହୁବଳୀ ନେତା ରଘୁରାଜ ପ୍ରତାପ ସିଂ, କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଉତ୍ତର ପ୍ରଦେଶବାସୀ । ମତଦାନ ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟାରେ ଶେଷ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ