ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ ପର୍ବ । ବିଜେପି ପରେ ଏବେ ସମାଜବାଦୀ ପାର୍ଟିକୁ ଲାଗୁଛି ଝଟକା । ବୁଧବାର ମୁଲାୟମଙ୍କ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ମିଶିଥିବାବେଳେ ୟୁପି ଉପବାଚସ୍ପତି ତଥା ସପା ବିଧାୟକ ନୀତିନ ଅଗ୍ରୱାଲ ମଧ୍ୟ ଦଳ ଛାଡିଛନ୍ତି (UP assembly deputy speaker Nitin Agarwal steps down from post) । ସେ ଉଭୟ ବିଧାୟକ ଓ ବିଧାନସଭା ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ।
UP Polls: ସପାରୁ ଇସ୍ତଫା ଦେଲେ ୟୁପି ଉପବାଚସ୍ପତି ନୀତିନ ଅଗ୍ରୱାଲ - ସପା ଛାଡିଲେ ନୀତିନ ଅଗ୍ରୱାଲ
ସମାଜବାଦୀ ପାର୍ଟିକୁ ପୁଣି ଝଟକା । ଇସ୍ତଫା ଦେଲେ ୟୁପି ଉପବାଚସ୍ପତି ତଥା ବିଧାୟକ ନୀତିନ ଅଗ୍ରୱାଲ । ବିଜେପିରେ ମିଶିବେ ଅଗ୍ରୱାଲ । ଅଧିକ ପଢନ୍ତୁ
UP Polls: ଇସ୍ତଫା ଦେଲେ ୟୁପି ଉପବାଚସ୍ପତି ନୀତିନ ଅଗ୍ରୱାଲ
ନୀତିନ ପ୍ରଥମେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ସପାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଥିବା କହିଛନ୍ତି । ହରଦୋର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବା ନୀତିନ ସପାର ହାତ ଛାଡିବା ପରେ ବିଜେପିରେ ମିଶିବେ । ନିକଟରେ ଉତ୍ତରପ୍ରଦେଶରେ ବିଜେପିର ଏକ ରାଲିରେ ଅମିତ ଶାହାଙ୍କ ସହ ଅଗ୍ରୱାଲ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ