ଲକ୍ଷ୍ନୌ:ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା 46.70% ମତଦାନ ରେକର୍ଡ ହୋଇଛି । ତେବେ କ୍ଷେତ୍ରଓ୍ବାରୀ ପ୍ରତିଶତକୁ ହିସାବକୁ ନେଲେ ଆମ୍ବେଦକର ନଗର ସବୁଠୁ ଆଗରେ ଥିବାବେଳେ ସର୍ବନିମ୍ନ ଭୋଟିଂ ପ୍ରତିଶତ ସହ ବଳରାମପୁର ସବୁଠୁ ପଛରେ ରହିଛି ।
ଷଷ୍ଠ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ସକାଳ ୯ଟା ସୁଦ୍ଧା ୮.୬୯ ପ୍ରତିଶତ ମତଦାନ ହୋଇଥିବାବେଳେ ୧୧ଟା ସୁଦ୍ଧା ୨୧.୭୯ ପ୍ରତିଶତ ମତଦାନ ହୋଇଥିଲା । ଅପରାହ୍ନ ୩ଟା ସୁଦ୍ଧା 46.70% ପ୍ରତିଶତ ମତଦାନ ରେକର୍ଡ ହୋଇଛି ।