ଓଡିଶା

odisha

ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ଗାଡି ଦୁର୍ଘଟଣା ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ପୂର୍ବତନ ବିଧାୟକ

By

Published : Dec 20, 2021, 9:20 PM IST

ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ଗାଡି ଦୁର୍ଘଟଣା ମାମଲାରେ ପୂର୍ବତନ ବିଧାୟକ ଓ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ । ପୀଡିତାଙ୍କ କାର ଦୁର୍ଘଟଣା ଷଡଯନ୍ତ୍ର ନେଇ ବିଧାୟକଙ୍କ ବିରୋଧରେ ପ୍ରମାଣ ଦେଇପାରିଲାନି ସିବିଆଇ । ଅଧିକ ପଢନ୍ତୁ

ପୀଡିତାଙ୍କ ଗାଡି ଦୁର୍ଘଟଣା ମାମଲା
ପୀଡିତାଙ୍କ ଗାଡି ଦୁର୍ଘଟଣା ମାମଲା

ନୂଆଦିଲ୍ଲୀ:ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ତଥା ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ କୋର୍ଟରୁ ବଡ ଆଶ୍ବସ୍ତି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦୁଷ୍କର୍ମ ପୀଡିତା ତଥା ତାଙ୍କ ଓକିଲଙ୍କ ସହ ହୋଇଥିବା ସଡ଼କ ଦୁର୍ଘଟଣାରେ ଷଡଯନ୍ତ୍ର ଅଭିଯୋଗରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟ ରବିନ୍ଦ୍ର କୁମାର ପାଣ୍ଡେ ଏହି ମାମଲାର ଶୁଣାଣି କରି ପୂର୍ବତନ ନେତାଙ୍କୁ ଏହି ଆଶ୍ବସ୍ତି ପ୍ରାଦନ କରିଥିବା ଦେଖିବାକୁ ମିଳିଛି ।

ସମ୍ପୂର୍ଣ୍ଣ ଘଟଣା କ୍ରମରେ, ଜୁଲାଇ 2019 ରେ ଉନ୍ନାଓ ଦୁଷ୍କର୍ମ ପୀଡିତା, ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ଓକିଲ ଏକ କାରରେ ଯାଉଥିବା ସମୟରେ ଏକ ଟ୍ରକ୍ ଉକ୍ତ କାରକୁ ଧକ୍କା ଦେଇଥିଲା । ସେହି ଦୁର୍ଘଟଣାରେ ପୀଡିତା ଓ ଦୁଇ ସମ୍ପର୍କୀୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏହି ମାମଲାରେ କୁଲଦୀପ ସିଂ ସେଙ୍ଗରଙ୍କ ସମେତ 12 ଜଣଙ୍କୁ ଏହି ଦୁର୍ଘଟଣା ଉଦ୍ଦେଶ୍ୟମୂଳକ ଭାବେ ଷଡଯନ୍ତ୍ର କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଶୁଣାଣି ସମୟରେ ଘଟଣା ପଛରେ ପୂର୍ବତନ ବିଧାୟକ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି ସାକ୍ଷୀ ବା ପ୍ରମାଣ ମିଳିନଥିବା କୋର୍ଟଙ୍କୁ ଜଣାଇଥିଲା ସିବିଆଇ । ତେବେ ଉପଯୁକ୍ତ ସାକ୍ଷ ପ୍ରମାଣ ଅଭାବରୁ ବିଧାୟକଙ୍କ ମସେତ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି ।

ପୀଡିତାଙ୍କ ଗାଡି ଦୁର୍ଘଟଣା ମାମଲା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2019 ମସିହା 20 ଡିସେମ୍ବରରେ ଦିଲ୍ଲୀର ତିସହଜାରି କୋର୍ଟ ଏହି ମାମଲାରେ ପୂର୍ବତନ ବିଧାୟକ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ ଓ 25 ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଦେଇଛନ୍ତି। ଏହି ପରିମାଣର ଜରିମାନା ମଧ୍ୟରୁ ପୀଡିତାଙ୍କୁ 10 ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ହାଇକୋର୍ଟରେ ତିସ ହଜାରୀ କୋର୍ଟର ଏହି ନିର୍ଦ୍ଦେଶକୁ କୁଲଦୀପ ସିଂ ସେଙ୍ଗର ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details