ଓଡିଶା

odisha

ପୁଣି ଗଙ୍ଗାରେ ଭାସୁଛି ମୃତଦେହ, ମାନିବାକୁ ନାରାଜ୍ କର୍ତ୍ତୃପକ୍ଷ

By

Published : May 31, 2021, 10:27 AM IST

ଗଙ୍ଗାରେ ପୁଣି ଭାସୁଛି ମୃତଦେହ । କୋରୋନା ଆକ୍ରାନ୍ତଙ୍କ ମୃତଦେହ ଭାସୁଥିବା ଆଶଙ୍କା କରାଯାଉଛି । ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପୁଣି ଗଙ୍ଗାରେ ଭାସୁଛି ମୃତଦେହ, ମାନିବାକୁ ନାରାଜ୍ କର୍ତ୍ତୃପକ୍ଷ
ପୁଣି ଗଙ୍ଗାରେ ଭାସୁଛି ମୃତଦେହ, ମାନିବାକୁ ନାରାଜ୍ କର୍ତ୍ତୃପକ୍ଷ

ଲକ୍ଷ୍ନୌ: ଗଙ୍ଗାରେ ପୁଣି ଭାସୁଛି ମୃତଦେହ । କୋରୋନା ଆକ୍ରାନ୍ତଙ୍କ ମୃତଦେହ ଭାସୁଥିବା ଆଶଙ୍କା କରାଯାଉଛି । ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସମସ୍ତ ମୃତଦେହ ନଦୀକୂଳରେ ପୋତା ଯାଇଥିବା ଅନୁମାନ କରାଯାଉଛି । ନଦୀରେ ଜଳସ୍ତରରରେ ବଢିବା ପରେ ବାଲି ଧୋଇ ହୋଇ ଯାଇଥିଲା ଓ ମୃତଦେହ ନଦୀରେ ଭାସିଥିବାର ସ୍ଥାନୀୟ ଲୋକେ କହିଛନ୍ତି ।

ପୁଣି ଗଙ୍ଗାରେ ଭାସୁଛି ମୃତଦେହ, ମାନିବାକୁ ନାରାଜ୍ କର୍ତ୍ତୃପକ୍ଷ

ଭିଡିଓରେ ମୃତଦେହ ଭାସୁଥିବାର ଦେଖାଯାଇଥିବା ବେଳେ ଉନ୍ନାଓ ଜିଲ୍ଲାଅଧିକାରୀ ଏହାକୁ ମାନିବାକୁ ସମ୍ପୂର୍ଣ୍ଣ ନାରାଜ୍ । ଉନ୍ନାଓର ତହସିଲ ଉପ-ଡିଭିଜନାଲ ମାଜିଷ୍ଟ୍ରେଟ ଦିନଶଙ୍କର ପାଠକ କହିଛନ୍ତି ଯେ ସେ ଯାଞ୍ଚ କରିଛନ୍ତି କିନ୍ତୁ କୌଣସି ମୃତଦେହ ଭାସୁଥିବା ଦେଖିବାକୁ ପାଇ ନାହାଁନ୍ତି। ଏହାପୂର୍ବରୁ ଗଙ୍ଗା ନଦୀ କୂଳରେ ଥିବା ବକ୍ସର ଘାଟରେ କୋଭିଡ-19 ରୋଗୀଙ୍କ ମୃତଦେହ ପୋତା ଦିଆଯାଇଥିବା ଖବର ପ୍ରସାରଣ କରାଯାଇଥିଲା।

ୟୁପି ଏବଂ ବିହାରରେ କୋଭିଡ-19 ରୋଗୀଙ୍କ ମୃତଦେହ ଗଙ୍ଗା ନଦୀକୁ ଫିଙ୍ଗି ଦିଆଯାଇଛି କିମ୍ବା ନଦୀକୂଳରେ ପୋତି ଦିଆଯାଇଛି । ନଦୀରେ ଭାସୁଥିବା ମୃତଦେହର ଏହି ସ୍ତମ୍ଭୀଭୂତ କଲା ଭଳି ଦୃଶ୍ୟ ୟୁପି ଏବଂ ବିହାରର କୋଭିଡ-19 ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details