ନୂଆଦିଲ୍ଲୀ:ପାଠ୍ୟ ପୁସ୍ତକ ବିଷୟ ବସ୍ତୁକୁ ସମସ୍ତ ଆଞ୍ଚଳିକ ଭାଷାରେ ଅନୁବାଦ କରିବାକୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଆଜାଦୀ କା ଅମୃତ ମହୋତ୍ସବ ଉତ୍ସବରେ ଏହାକୁ ଏକ ଅଂଶ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ତେବେ ଏନେଇ ବିଶ୍ବବିଦ୍ୟାଳୟଗୁଡ଼ିକୁ ନଭେମ୍ବର 20 ସୁଦ୍ଧା ସମୟସୀମା ସହିତ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଅଗଷ୍ଟ ୩୧ ରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଏହି ବୈଠକ ବସିଥିଲା । ଜାତୀୟ ଶିକ୍ଷା ନୀତି (NEP) 2020 ଦ୍ୱାରା ଏହା ମଧ୍ୟ ସୁପାରିଶ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।