ଓଡିଶା

odisha

ETV Bharat / bharat

Udhayanidhi Controversial Remark: ମନ୍ଦିର ପାହାଚ ଓ ଚଟାଣରେ ଷ୍ଟାଲିନ ବାପ-ପୁଅଙ୍କ ଫଟୋ ମାରିଲେ ବିଜେପି ନେତା - ସନାତନ ବିବାଦ

ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ବିରୋଧରେ ନିଆରା ପ୍ରତିବାଦ । ମନ୍ଦିର ପାହାଚ ଓ ଚଟାଣରେ ଷ୍ଟାଲିନ ବାପ-ପୁଅଙ୍କ ଫଟୋ ମାରିଲେ ବିଜେପି ନେତା । ପାଦରେ ଚଢି ମନ୍ଦିରରେ ପ୍ରବେଶ କରିବେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

Udhayanidhi Controversial Statement: ମନ୍ଦିର ପାହାଚ ଓ ଚଟାଣରେ ଷ୍ଟାଲିନ ବାପ-ପୁଅଙ୍କ ଫଟୋ ମାରିଲେ ବିଜେପି ନେତା
Udhayanidhi Controversial Statement: ମନ୍ଦିର ପାହାଚ ଓ ଚଟାଣରେ ଷ୍ଟାଲିନ ବାପ-ପୁଅଙ୍କ ଫଟୋ ମାରିଲେ ବିଜେପି ନେତା

By ETV Bharat Odisha Team

Published : Sep 11, 2023, 10:43 PM IST

ଭୋପାଲ: ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟକୁ ନେଇ ଭିନ୍ନ ଢଙ୍ଗରେ ପ୍ରତିବାଦ । ମନ୍ଦିର ପାହାଚ ଓ ଚଟାଣରେ ଲାଗିଲା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଓ ପୁଅ ଉଦୟାନିଧିଙ୍କ ଫଟୋ । ଏକାଧିକ ମନ୍ଦିରର ପ୍ରବେଶ ପାହାଚ ଓ ଚଟାଣରେ ଏହି ଫଟୋ ଲଗାଯାଇଛି । ମନ୍ଦିରରେ ଭିତରେ ପ୍ରବେଶ କରୁଥିବା ଶ୍ରଦ୍ଧାଳୁ ଏହି ଫଟୋ ଉପରେ ପାଦ ରଖି ପ୍ରବେଶ କରିବେ । ଜବଲପୁରରେ ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ନେତା ତଥା ପୌରପାଳିକା କାଉନସିଲର ଜିତୁ କଟାରେ ଏପରି ଏକ ନିଆରା ପ୍ରତିବାଦ କରିଛନ୍ତି ।

Udhayanidhi Controversial Statement: ମନ୍ଦିର ପାହାଚ ଓ ଚଟାଣରେ ଷ୍ଟାଲିନ ବାପ-ପୁଅଙ୍କ ଫଟୋ ମାରିଲେ ବିଜେପି ନେତା

ଜିତୁ କଟାରେ ଉଭୟ ଷ୍ଟାଲିନ ବାପ-ପୁଅଙ୍କ ଫଟୋକୁ ସ୍ଥାନୀୟ ଅଞ୍ଚଳରେ ଥିବା ଏକାଧିକ ମନ୍ଦିରର ଚଟାଣ ଓ ପାହାଚରେ ଲଗାଇଛନ୍ତି । ପୂର୍ବରୁ ମଧ୍ୟ ଜିତୁ ଏହି ଧର୍ମ ବିରୋଧୀ ବୟାନ ଆସିବେ ପରେ ଏହାକୁ କଡା ବିରୋଧ କରିଥିଲେ । ସ୍ଥାନୀୟ ହିନ୍ଦୁ ସଂଗଠନମାନେ ଏହାକୁ ବିରୋଧ କରିବା କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ଶୋଭାଯାତ୍ରା ମଧ୍ୟ ବାହାର କରିଥିଲେ ।

Unique protest of BJP councilor of Jabalpur, photo of TN CM MK Stalin, Uday Nidhi hung on floor of temples

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ଚଳିତମାସ 2 ତାରିଖରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ସନାତନ ଧର୍ମ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ରାଜନୀତି ଏବେ ମଧ୍ୟ ଜାରି ରହିଛି । ପରେ ଅବଶ୍ୟ ଏହା ଉପରେ ସ୍ପଷ୍ଟୀକରଣ ରଖିଥିଲେ ଉଦୟାନିଧି । କହିଥିଲେ, ସେ କେବଳ ଜାତିପ୍ରଥା ସମ୍ପର୍କରେ କହିଛନ୍ତି । କେବଳ ସନାତନ ଧର୍ମ ନୁହେଁ ବରଂ ସମସ୍ତ ଧର୍ମରେ ଥିବା ଜାତିପ୍ରଥା ସମ୍ପର୍କରେ କହିଥିଲେ । ଏବଂ ବିଜେପି ତାଙ୍କ ମନ୍ତବ୍ୟକୁ ବିକୃତ କରି ପ୍ରଚାର କରୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ । ଏହି ମନ୍ତବ୍ୟ କାରଣରୁ ଉଦୟାନିଧିଙ୍କ ବିରୋଧରେ ସର୍ବୋଚ୍ଚ କୋର୍ଟରେ ମାମଲା ଦାଏର ହୋଇସାରିଛି ।

ଏହା ମଧ୍ୟ ପଢନ୍ତୁ:- Sanatan dharma remark Row: ସନାତନ ବିରୋଧୀ ମନ୍ତବ୍ୟ ପରେ ତେଜିଲା ବିରୋଧ, ଉଦୟନିଧିଙ୍କ ନାଁରେ ଏତଲା

Udhayanidhi Controversial Statement: ମନ୍ଦିର ପାହାଚ ଓ ଚଟାଣରେ ଷ୍ଟାଲିନ ବାପ-ପୁଅଙ୍କ ଫଟୋ ମାରିଲେ ବିଜେପି ନେତା

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବରିଷ୍ଠ ବିଜେପି ଏହାକୁ ନିନ୍ଦା କରିସାରିଛନ୍ତି । କାର୍ଯ୍ୟାନୁଷ୍ଠାନ ପାଇଁ ସନ୍ଥସମାଜ ମଧ୍ୟ ଦାବି କରିଛନ୍ତି । ହେଲେ ଏକାଧିକ ଅଭିଯୋଗ ସତ୍ତ୍ବେ ମଧ୍ୟ ଉଦାୟାନିଧିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇ ନାହିଁ । ଅନ୍ୟପଟେ ହତ୍ୟା ଧମକ ଦେବା ଅଭିଯୋଗରେ ଅଯୋଧ୍ୟାର ଜଣେ ସନ୍ଥ ଓ ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ଡିଏମକେ ପକ୍ଷରୁ ମାମଲା ରୁଜୁ କରାଯାଇଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details