ପାଟନା: ଆପଣ ଅନେକ ବାହାଘର ଦେଖିଥିବେ ଓ ଯୋଗ ମଧ୍ୟ ଦେଇଥିବେ । କିନ୍ତୁ ଆମେ ଆପଣଙ୍କୁ ଏବେ ଏପରି ଏକ ବିବାହ ବିଷୟରେ ଜଣାଇବୁ ଯାହା ଟିକେ ଭିନ୍ନ । କୁହାଯାଏ ଯୋଡି ଉପରବାଲା ବନେଇଥାଏ । ଯାହା ବିହାରର ଭାଗଲପୁର ଜିଲ୍ଲାରେ ସତ ପ୍ରମାଣିତ ହୋଇଛି ।
ବିବାହ ପାଇଁ ବାଧକ ସାଜିଲାନି ଉଚ୍ଚତା, ୩୬ ଇଞ୍ଚର ଯୁବକଙ୍କୁ ବିବାହ କଲେ ୩୪ ଇଞ୍ଚର ଯୁବତୀ ବିବାହରେ ବରଯାତ୍ରୀ ଆସିଲେ, ବ୍ୟାଣ୍ଡବାଜା ମଧ୍ୟ ବାଜିଲା ଡିଜେ ସାଉଣ୍ଡରେ ଦୁଲୁକିଲା ଗାଁ ଦାଣ୍ଡ । ଯାହା ସାଧାରଣ ବିବାହରେ ଘଟେ ଠିକ ସବୁ ସେପରି ହେଲା । କିନ୍ତୁ ବିବାହର ବର କନ୍ୟା ଥିଲେ ଟିକେ ଭିନ୍ନ । ଉଭୟଙ୍କ ଉଚ୍ଚତାକୁ ନେଇ ଏବେ ଚର୍ଚ୍ଚାରେ ବିହାରରେ ହୋଇଥିବା ଏହି ବିବାହ । ବରର ଉଚ୍ଚତା ୩୬ଇଞ୍ଚ ହୋଇଥିବା ବେଳେ କନ୍ୟାର ଉଚ୍ଚତା ୩୪ ଇଞ୍ଚ ରହିଥିଲା । ଏହି ବିବାହ ଦେଖିବାକୁ ଲୋକଙ୍କ ଭିଡ ଜମିଥିବା ବେଳେ ବର କନ୍ୟା ମଧ୍ୟ ବେସ ଖୁସିଥିବା ଦେଖିବାକୁ ମିଳିଥିଲା ।
ଭଗଲପୁରର ନବଗଚ୍ଛିଆର ଗୋପାଳପୁର ବ୍ଲକରେ ଏହି ବିବାହର ଆୟୋଜନ କରାଯାଇଥିଲା । ନବଗଚ୍ଛିଆର ନିବାସୀ କିଶୋରୀ ମଣ୍ଡଳଙ୍କ ଝିଅ ମମତାଙ୍ଗ ବିବାହ ମସାରୁ ନିବାସୀ ବିନ୍ଦେଶ୍ବରୀ ମଣ୍ଡଳଙ୍କ ପୁଅ ମୁନ୍ନା ଭାରତୀଙ୍କ ସହ ବିବାହ ହୋଇଥିଲା । ତେବେ ବିବାହରେ ବର କନ୍ୟାଙ୍କ ଉଚ୍ଚତା କମ ଥିଲେ ମଧ୍ୟ ଏହା ଉଭୟଙ୍କ ପାଇଁ ସମସ୍ୟା ହୋଇନଥିଲା । ଏହି ବିବାହରେ ଅନେକ ଲୋକ ସାମିଲ ହୋଇ ବର ସହ ସେଲଫି ନେଉଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଏନେଇ କନ୍ୟା ଜଣଙ୍କର ଭାଇ କହିଛନ୍ତି ଯେ ମୁଁ ଯେତେବେଳେ ମୁନ୍ନାଙ୍କୁ ଦେଖିଲି ମୋ ଭଉଣୀ ସହ ବିବାହ କରିବାକୁ ସ୍ଥିର କରିଥିଲି । ଏନେଇ ମୁନ୍ନାଙ୍କ ପରିବାର ସହ କଥା ହେବା ପରେ ବିବାହ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ