ପାଟନା:ଭାରତରେ ହିନ୍ଦୁ ମାନଙ୍କ ବିବାହରେ ଭିନ୍ନ ଭିନ୍ନ ପ୍ରକାର ଦୃଶ୍ୟ ଦେଖିବାକୁ ମିଳେ । ବିହାରରେ ମଧ୍ୟ (Bihar weddings) ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଦେଖଣାହାରୀଙ୍କୁ ବେଶ ଆକୃଷ୍ଟ କରିଛି । ଏଠାରେ ଜଣେ ନବବଧୂ ହେଲିକପ୍ଟର ଆକୃତିର କାର (Helicopter-shaped car)ରେ ଶଶୁର ଘରକୁ ଯାଉଥିବା ଦେଖିବାକୁ ମିଳିଛି । ଏଭଳି ନିଆରା ଦୃଶ୍ୟ କୈମୁର ଜିଲ୍ଲା ମୋହାନିଆ ସହରରେ ଦେଖିବାକୁ ମିଳିଥିବା ବେଳେ ଏହି ଗାଡ଼ିକୁ ଦେଖିବାକୁ ଲୋକେ ଭିଡ଼ ଜମାଇଥିଲେ ।
ବିହାର ବିବାହରେ ବଢୁଛି ହେଲିକପ୍ଟର ଆକୃତି କାରର ଚାହିଦା । ହେଲିକପ୍ଟର ଆକୃତି କାରରେ ଶଶୁର ଘରକୁ ଗଲେ କନ୍ୟା । ତେବେ ଏହି କାରକୁ ତିଆରି କରିବାକୁ ପ୍ରାୟ ୮ ମାସ ସମୟ ଲାଗିଥିଲା । ଏହି କାରଟି ରହିବା ବେଳେ ଏହାର ଉପରେ ଲାଗିଥିବା ବ୍ଲେଡ ଛୋଟ ହୋଇଯାଏ । ଏହି କାରର ନାମ ରଖାଯାଇଛି 'ଦୁଲହନ ଚଲି ଶଶୁରାଲ' (Dulhan chali sasural) । ଏହି ସ୍ବତନ୍ତ୍ର କାରକୁ ନେଇ କେବଳ ବିହାରର ନୁହେଁ, ଏହାର ପଡୋଶୀ ରାଜ୍ୟରେ ମଧ୍ୟ ଚର୍ଚ୍ଚା ହେଉଛି । ଏଭଳି କାରକୁ ଅନ୍ୟମାନେ ମଧ୍ୟ ନିଜ ବିବାହରେ ବ୍ୟବହାର କରିପାରିବେ । ଏଭଳି କାରକୁ ମୁମ୍ବାଇର ଜଣେ ବ୍ୟକ୍ତି ଅମରନାଥ କୁମାର ମଧ୍ୟ କିଣିଛନ୍ତି । ସେ ଏହି କାରକୁ ୭ ଲକ୍ଷ ଟଙ୍କାରେ କିଣିଥିବା ବେଳେ ଦିନକୁ ୭ ହଜାର ଟଙ୍କା ଭଡ଼ା ନେଉଛନ୍ତି ।