ଓଡିଶା

odisha

ETV Bharat / bharat

Unusual Baby: ଜନ୍ମ ନେଲା ବିଚିତ୍ର ଶିଶୁ, 4 ହାତ-ଗୋଡ଼, ଦେଖିବାକୁ ଲୋକଙ୍କ ଭିଡ - ଅସାଧାରଣ ଶିଶୁ

ରାଜସ୍ଥାନର ରତନଗଡ଼ ଜିଲ୍ଲାରେ ଜନ୍ମ ନେଲା ବିଚିତ୍ର ଶିଶୁକନ୍ୟା । ଯାହାର ୪ଟି ଗୋଡ଼, ୪ଟି ହାତ ସହ ଗୋଟିଏ ମୁଣ୍ଡ ରହିଥିବା ବେଳେ ଜିଭ ବାହାରକୁ ବାହାରି ଆସିଛି । ଅଧିକ ପଢନ୍ତୁ

Unusual Baby
Unusual Baby

By

Published : Mar 6, 2023, 9:11 PM IST

ଜୟପୁର:ରାଜସ୍ଥାନର ରତନଗଡ଼ ଜିଲ୍ଲାରେ ଏକ ଅସାଧାରଣ ଶିଶୁଟିଏ ଜନ୍ମ ନେଇଛି । ଯାହାର ଚାରୋଟି ଗୋଡ଼, ୪ଟି ହାତ ରହିଥିବା ବେଳେ ଗୋଟିଏ ମୁଣ୍ଡ ରହିଛି । ଏହାସହିତ ଛୁଆର ଜିଭ ବାହାରକୁ ବାହାରି ଆସିଛି । ଏହି ନବଜାତ ଶିଶୁଟି ରତନଗଡ଼ର ଏକ ଘରୋଇ ହସ୍ପିଟାଲରେ ଜନ୍ମଗ୍ରହଣ କରିଛି । ରବିବାର ରାତି ପ୍ରାୟ ୮ଟା ସମୟରେ ଶିଶୁଟି ଜନ୍ମ ନେଇଛି । ଏହି ବିଚିତ୍ର ଶିଶୁକୁ ଦେଖିବା ଲାଗି ହସ୍ପିଟାଲରେ ଚହଳ ପଡ଼ିଥିବା ବେଳେ ଏହାକୁ ଦେଖିବା ଲାଗି ହସ୍ପିଟାଲରେ କିଛି ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା ।

ରାଜସ୍ଥାନର ଜନ୍ମ ନେଲା ବିଚିତ୍ର ଶିଶୁ

ଡ. କୈଳାଶ ସୋଙ୍ଗାରା କହିଛନ୍ତି, "ରାଜାଲଦେସର ୱାର୍ଡ ୩ ନିବାସୀ ୧୯ ବର୍ଷ ବୟସ୍କା ଗର୍ଭବତୀ ମମତା କାନୱାର ଏହି ଶିଶୁକୁ ଜନ୍ମ ଦେଇଛନ୍ତି । ରାତି ପ୍ରାୟ ୮ଟାରେ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଗର୍ଭବତୀ ମହିଳାଙ୍କ ସୋନୋଗ୍ରାଫି କରାଯାଇଥିଲା । ଯେଉଁଥିରେ ଏକ ଅଜବ ନବଜାତ ଶିଶୁ ଦେଖାଯାଇଥିଲା । ଶିଶୁର ୨ଟି ହୃତପିଣ୍ଡ ଥିବା ଅନୁଭବ କରାଯାଇଥିଲା । ଆଡମିଶନ ହେବାର ପ୍ରାୟ ୧ ଘଣ୍ଟା ପରେ ମହିଳା ଜଣକ ଶିଶୁଟିକୁ ଜନ୍ମ ଦେଇଥିଲେ । ଡକ୍ଟର କୈଳାଶ କହିଛନ୍ତି ଯେ ନବଜାତ ଶିଶୁଟି ପ୍ରସବ ପରେ ଜୀବିତ ଥିଲା । ମାତ୍ର ପ୍ରାୟ ୨୦ ମିନିଟ ପରେ ତାର ମୃତ୍ୟୁ ଘଟିଥିଲା ।"

ଏହା ବି ପଢନ୍ତୁ- Chalti ka Naam Bill Gates ki Gaadi: ଇ-ରିକ୍ସା ଚଳାଇ ଭିଡିଓ ପୋଷ୍ଟ କଲେ ବିଲ ଗେଟ୍ସ, ଆନନ୍ଦ ମହିନ୍ଦ୍ରା ଦେଲେ ପ୍ରତିଯୋଗିତା ଅଫର

ଶିଶୁଟିର ଗୋଟିଏ ମୁଣ୍ଡ ରହିଥିବା ବେଳେ ଚାରିଟି ହାତ, ୪ ଗୋଡ ଏବଂ ୨ଟି ହୃତପିଣ୍ଡ, ୨ଟି ମେରୁଦଣ୍ଡ ରହିଛି । ଡକ୍ଟର ରୀତା ସୋଙ୍ଗାରା କହିଛନ୍ତି ଯେ ପୂର୍ବରୁ ମହିଳାଙ୍କ ଅନ୍ୟ ଘରୋଇ ଡାକ୍ତରଖାନାରେ କରାଯାଇଥିବା ସୋନୋଗ୍ରାଫିରୁ ଜଣାପଡ଼ିଥିଲା ଯେ ଏହି ନବଜାତ ଶିଶୁଟି ସ୍ବାଭାବିକ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ଅସାଧାରଣ ଶିଶୁ ସମ୍ପର୍କରେ ଜଣାପଡ଼ିଥିଲା । ମହିଳାଙ୍କ ଏହି ଡେଲିଭରୀ କରାଇବା କଷ୍ଟସାଧ୍ୟ ଥିଲା, କିନ୍ତୁ ଠିକ୍ ସମୟରେ ସାଧାରଣ ଡେଲିଭରୀ ହୋଇଥିବାରୁ ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷା ପାଇଛି ବୋଲି ସେ କହିଛନ୍ତି । ମାତ୍ର ଏହି ବିଚିତ୍ର ନବଜାତ ଶିଶୁର ଜନ୍ମର ମାତ୍ର ୨୦ ମିନିଟ ପରେ ମୃତ୍ୟୁବରଣ କରିଥିଲା ।

ଗର୍ଭବତୀ ମହିଳା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି । ଏହି ପ୍ରକାର ଡେଲିଭରୀକୁ କଞ୍ଜନୋକଲ୍ ଅନୋମାଲି କୁହାଯାଏ । ସୂଚନା ଥାଉ କି ଏହି ଘଟଣାଟି ଚୁରୁ ଜିଲ୍ଲାର ରତନଗରର ବୋଲି ଜଣାପଡ଼ିଛି । ଅଦ୍ଭୁତ ଦେଖାଯାଉଥିବା ନବଜାତ ଶିଶୁକନ୍ୟାର ଜନ୍ମ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ABOUT THE AUTHOR

...view details