ଓଡିଶା

odisha

ETV Bharat / bharat

ସେବା ପଦକରେ ରହିବନି କାଶ୍ମୀର ନେତା ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ଫଟୋ, ଜାଣନ୍ତୁ କାରଣ - ଜମ୍ମୁ କାଶ୍ମୀର ଖବର

ପୋଲିସ ସେବା ପଦକରେ ଆଉ ରହିବନି ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ଫଟୋ । ଭେଟେରାନ କାଶ୍ମୀର ନେତା ଶେଖ ମହମ୍ମଦଙ୍କ ଫଟୋ ହଟାଇବାକୁ ଘୋଷଣା ହୋଇଛି । ଅଧିକ ପଢନ୍ତୁ

ସେବା ପଦକରେ ରହିବନି ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ଫଟୋ
ସେବା ପଦକରେ ରହିବନି ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ଫଟୋ

By

Published : May 25, 2022, 5:31 PM IST

ଶ୍ରୀନଗର: ପୋଲିସ ସେବା ପଦକରେ ଆଉ ରହିବନି ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ଫଟୋ । ଭେଟେରାନ କାଶ୍ମୀର ନେତା ଶେଖ ମହମ୍ମଦଙ୍କ ଫଟୋ ହଟାଇବାକୁ ଘୋଷଣା ହୋଇଛି । ଜାତୀୟ ସମ୍ମିଳନୀର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି ଶେଖ ମହମ୍ମଦ । ଉଭୟ ଗ୍ୟାଲେଣ୍ଟ୍ରି ଏବଂ ସେବା ପାଇଁ ଦିଆଯାଉଥିବା ପଦକରେ ତାଙ୍କ ଫଟୋ ରହିଥିଲା ମାତ୍ର ତାହା ଏବେ ହଟାଇବାକୁ ନିଷ୍ପତ୍ତି ନେଇଛି କାଶ୍ମୀର ପ୍ରଶାସନ ।

ଶେଖ ମହମ୍ମଦ ଅବଦୁଲ୍ଲାଙ୍କୁ କାଶ୍ମୀରର ସିଂହ ବୋଲି ଆଖ୍ୟା ଦିଆଯାଇଥିଲା । ସେ ଲୋକଙ୍କ ଅଧିକାର ପାଇଁ ଲଢିଥିଲେ । 1947ରୁ 1953 ଯାଏଁ ଶାସନ ଭାର ସମ୍ଭାଳିଥିଲେ । 1977ରୁ 1982 ସେ ମୁଖ୍ୟମନ୍ତ୍ରୀ ଥିଲେ । ସେ 1939ରେ ନ୍ୟାସନାଲ କନଫରେନ୍ସର ପ୍ରତିଷ୍ଠା କରିଥିଲେ । ଜାମ୍ମୁ କାଶ୍ମୀର ପୋଲିସ୍ ପଦକ ଯୋଜନାର ପାରା 4 ରେ ପରିବର୍ତ୍ତନ ହେବା ପରେ ଶେର-କାଶ୍ମୀରର ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ଫଟୋ ପଦକର ଗୋଟିଏ ପାର୍ଶ୍ବରେ ଥିଲା । ମାତ୍ର ଏହାକୁ ବଦଳା ଯାଇଛି । ଭାରତ ସରକାର ପଦକରେ ଜାତୀୟ ପ୍ରତୀକ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜାମ୍ମୁ କାଶ୍ମୀର ଇତିହାସକୁ ପୋଛି ଦେବା ପାଇଁ ପ୍ରଶାସନର ଏହା ଆଉ ଏକ ପଦକ୍ଷେପ ବୋଲି କହିଛି ନ୍ୟାସନାଲ କନଫରେନ୍ସ । ଧାରା 370 ଉଚ୍ଛେଦ ପରେ ରାଜ୍ୟ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ ହୋଇଥିଲା । ପ୍ରଶାସନ ମଧ୍ୟ ଶେଖ ଅବଦୁଲ୍ଲାଙ୍କ ଜନ୍ମଦିନକୁ (ଡିସେମ୍ବର 5) ଛୁଟିଦିନ ଭାବରେ ପାଳନ କରେ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

For All Latest Updates

ABOUT THE AUTHOR

...view details