ନୂଆଦିଲ୍ଲୀ:ସଂସଦର ଶୀତକାଳୀନ ଅଧିବେଶନ ଶେଷ ହୋଇଛି । ଅଧିବେଶନ ଆଜି ଶେଷ ହେବାକୁ ଥିବା ବେଳେ, ଦିନକ ପୂର୍ବରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଶୀତ ଅଧିବେଶନ ଶେଷ ହେବା ପରେ, ଅଧିବେଶନ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଚଳିତ ଶୀତ ଅଧିବେଶନକୁ ଐତିହାସିକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସଂସଦର ଶୀତକାଳୀନ ଅଧିବେଶନ ସଂପର୍କରେ ସୂଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ତିନିଟି ଐତିହାସିକ ବିଲ୍ ସଂସଦର ଅନୁମୋଦନ ଲାଭ କରିଛି । ସଗୁଡ଼ିକ ହେଲା - ଭାରତୀୟ ନାଗରିକ ସୁରକ୍ଷା ସଂହିତା- 2023, ଭାରତୀୟ ନ୍ୟାୟ ସଂହିତା- 2023 ଏବଂ ଭାରତୀୟ ସାକ୍ଷ ଅଧିନିୟମ -2023 । କ୍ରିମିନାଲ ଲ ସଂପର୍କିତ ଏହି ତିନିଟି ବିଲ୍ ଗତକାଲି ରାଜ୍ୟସଭାରେ ପାସ୍ ହୋଇଥିଲା । ପୂର୍ବରୁ ଏସବୁ ବିଲ୍ ଲୋକସଭାରେ ପାସ୍ ହୋଇ ସାରିଥିଲା । ଏହି ବିଲଗୁଡ଼ିକ ସଂସଦରେ ପାସ୍ ହୋଇସାରିଥିବା ବେଳେ, ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପାଠାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୋହର ଲଗାଇବା ପରେ, ଆଇନରେ ପରିଣତ ହେବ ।
ଏହା ମଧ୍ୟ ପଢ଼ନ୍ତୁ: ସାଂସଦଙ୍କ ସସପେଣ୍ଡକୁ ନେଇ ବିରୋଧୀଙ୍କ ଗର୍ଜନ, ପାର୍ଲାମେଣ୍ଟରୁ ବିଜୟଚୌକ ମାର୍ଚ୍ଚ