ଓଡିଶା

odisha

ETV Bharat / bharat

ଅଗରତାଲାରେ ପ୍ରତିଷ୍ଠାହେବ ଥିମାଟିକ ଗ୍ୟାଲେରୀ ଏବଂ ପ୍ଲାନେଟୋରିଅମ୍ - ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହନ

Fund Approved for Thematic Galleries: ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ସ୍କିମ୍‌ ଫର ପ୍ରୋମୋସନ ଅଫ୍‌ କଲଚର ଅଫ ସାଇନ୍ସ ଯୋଜନା । ତ୍ରିପୁରାର ରାଜଧାନୀ ଅଗରତାଲାରେ ଥିମାଟିକ ଗ୍ୟାଲେରୀ ଏବଂ ପ୍ଲାନେଟୋରିଅମର ହେବ ବିକାଶ । ଅଧିକ ପଢନ୍ତୁ

ଅଗରତାଲାରେ ପ୍ରତିଷ୍ଠା ହେବ ଥିମାଟିକ ଗ୍ୟାଲେରୀ ଏବଂ ପ୍ଲାନେଟୋରିଅମ୍
ଅଗରତାଲାରେ ପ୍ରତିଷ୍ଠା ହେବ ଥିମାଟିକ ଗ୍ୟାଲେରୀ ଏବଂ ପ୍ଲାନେଟୋରିଅମ୍

By ETV Bharat Odisha Team

Published : Dec 13, 2023, 7:53 AM IST

ଅଗରତାଲା:ଦେଶରେ ଜନ ସାଧାରଣ ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି । ଏହି କ୍ରମରେ କେନ୍ଦ୍ର ସହକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ସ୍କିମ୍‌ ଫର ପ୍ରୋମୋସନ୍‌ ଅଫ୍‌ କଲଚର ଅଫ ସାଇନ୍ସ (SPOCS) କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ଅନ୍ତର୍ଗତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାର ରାଜଧାନୀ ଅଗରତାଲାରେ ଅବସ୍ଥିତ ସାଇନ୍ସ ସିଟିରେ ଏକ ଥିମାଟିକ ଗ୍ୟାଲେରୀ ଏବଂ ପ୍ଲାନେଟୋରିଅମ୍‌ର ବିକାଶ କରାଯିବ । ଏହି ପ୍ରକଳ୍ପ ପାଇଁ ମୋଟ ୩୬ କୋଟି ଟଙ୍କା ମଞ୍ଜୁର ହୋଇଛି । ଅଗରତାଲାର ବଧାରଘାଟଠାରେ ଏହି ସାଇନ୍ସ ସିଟି ୧୨.୮୩ ଏକର ଭୂମି ଉପରେ ଅବସ୍ଥିତ । ଏହି ଥିମାଟିକ ଗ୍ୟାଲେରୀ ଏବଂ ପ୍ଲାନେଟୋରିଅମ୍ କୋଲକାତା ସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଦ୍ବାରା ବିକଶିତ ହେବ ।

ଏହା ମଧ୍ୟ ପଢନ୍ତୁ...ଆରବିଆଇର ଚେତାବନୀ, ଫ୍ରଡରୁ ବର୍ତ୍ତିବାକୁ ହେଲେ ସୋସିଆଲ ମିଡିଆ ଲିଙ୍କଠୁ ଦୂରତା ଜରୁରୀ

କେନ୍ଦ୍ରୀୟ ସାମାଜିକ ନ୍ୟାୟ ରାଜ୍ୟମନ୍ତ୍ରୀ ପ୍ରତିମା ଭୌମିକଙ୍କୁ କେନ୍ଦ୍ରୀୟ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି. କିଶାନ ରେଡ୍ଡୀ ଏନେଇ ଏକ ପତ୍ର ଲେଖିଥିଲେ । ଯେଉଁଥିରେ ସେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପାଖରେ ସଂସ୍କୃତି ସଂବର୍ଧନ ଯୋଜନା ନାମକ ଏକ ଅଭିନବ ଯୋଜନା ରହିଥିବା କଥା ଉଲ୍ଲେଖ କରିଥିଲେ । ସ୍କିମ୍‌ ଫର୍‌ ପ୍ରୋମୋସନ୍‌ ଅଫ୍‌ କଲଚର ଅଫ ସାଇନ୍ସ (SPOCS) ଅନ୍ତର୍ଗତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ଅନୁରୋଧ କ୍ରମେ ଉଭୟ ସରକାରଙ୍କ ମିଳିତ ଅର୍ଥ ବିନିଯୋଗରେ ଉକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ବିଜ୍ଞାନ କେନ୍ଦ୍ର, ଡିଜିଟାଲ ପ୍ଲାନେଟୋରିୟମ ଏବଂ ନବଉଦ୍ଭାବନ କେନ୍ଦ୍ର ସ୍ଥାପନ କରାଯିବ ।

କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଜି. କିଶାନ ରେଡ୍ଡୀ ସାମାଜିକ ନ୍ୟାୟ ରାଜ୍ୟମନ୍ତ୍ରୀ ପ୍ରତିମା ଭୌମିକଙ୍କୁ ସୂଚିତ କରିଥିଲେ ଯେ, ଏହି ଯୋଜନା ଅନ୍ତର୍ଗତ ତ୍ରିପୁରାରେ ତାଙ୍କର ନିର୍ବାଚନୀ କ୍ଷେତ୍ର ଅଗରତାଲାରେ ମଧ୍ୟ ୪୦ କୋଟି ବିନିମୟରେ ସାଇନ୍ସ ସିଟିରେ ଏକ ଥିମାଟିକ ଗ୍ୟାଲେରୀ ଏବଂ ପ୍ଲାନେଟୋରିଅମର ବିକାଶ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଯେଉଁଥିରେ କେନ୍ଦ୍ର ସରକାର ଅଂଶୀଦାର ସ୍ବରୂପ ୩୬ କୋଟି ଟଙ୍କା ଏବଂ ରାଜ୍ୟ ସରକାର ୪ କୋଟି ଟଙ୍କାର ବ୍ୟୟ ଭାଗୀଦାରିତା ରହିବ । ଏହା ଦ୍ବାରା ରାଜ୍ୟର ଯୁବ ପିଢ଼ି ବିଜ୍ଞାନ ପ୍ରତି ଆକର୍ଷିତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details