ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ଚାଲିଛି । ଆଜି କୋରୋନା ଟୀକାକରଣରେ ସାମିଲ ହୋଇ ଟିକା ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଟିକା ନେଇଛନ୍ତି ।
ସାରା ଦେଶରେ କୋରୋନା ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ଚାଲିଛି । ଏହି ପ୍ରକ୍ରିୟାରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ତାଙ୍କ ପତ୍ନୀ ନାଗପୁର ଏମସରେ କୋରୋନା ଟୀକା ନେଇଛନ୍ତି । ଏହି ଅବସରରେ ସମସ୍ତଙ୍କୁ କୋରୋନା ଟୀକା ନେବା ପାଇଁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ କୋରୋନା ଟୀକା ନେଇଛନ୍ତି । ସେ ଦିଲ୍ଲୀ ସ୍ଥିତ ରାମମୋନହର ଲୋହିଆ ହସପିଟାଲରେ କୋରୋନା ଟୀକାର ପ୍ରଥମ ଡୋଜ ନେଇଛନ୍ତି । ସେହିପରି ବେଙ୍ଗାଲୁରୁରେ କେନ୍ଦ୍ର ସାର ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା କୋରୋନା ଟିକା ନେଇଛନ୍ତି ।