ତିରୁମାଳା: ତିରୁମାଳା ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ । ଆଜି(ରବିବାର) ତିରୁମାଳା ମନ୍ଦିର ଗସ୍ତ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ସେଠାରେ ଭଗବାନ ବାଲାଜୀଙ୍କୁ ଦର୍ଶନ କରିଛନ୍ତି ।
ଭଗବାନଙ୍କୁ ଦର୍ଶନ କରିବା ପରେ ମନ୍ଦିର ପୂଜକଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ପିୟୂଷ ଗୋଏଲ । କୋରୋନା ମହାମାରୀରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି ପିୟୂଷ ଗୋଏଲ ।