ଓଡିଶା

odisha

ETV Bharat / bharat

India Steel 2023: ଉଦଘାଟନ କରିବେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭାରତୀୟ ଇସ୍ପାତ କ୍ଷେତ୍ର ମଧ୍ୟରେ ଆହ୍ବାନ ଓ ସୁଯୋଗକୁ ସମ୍ବନ୍ଧିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଅଧିବେଶନ ଉଦଯୋଗର ପ୍ରମୁଖ, ସରକାରୀ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ବ୍ୟାପକ ଆଲୋଚନାର ସୁବିଧା ପ୍ରଦାନ କରିବ । ଏହି ଅଧିବେଶନ ଉଦ୍ୟୋଗର ଭବିଷ୍ୟତର ବିକାଶ ପାଇଁ ସହଯୋଗ ଓ ନୂତନତାକୁ ପ୍ରୋତ୍ସାହିତ କରିବା, ବିଚାର, ଅନ୍ତଦୃଷ୍ଟି ଏବଂ ଅଭିଜ୍ଞତାର ଆଦାନ ପ୍ରଦାନ କରିବା ପାଇଁ ହିତାଧିକାରୀଙ୍କ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 18, 2023, 7:32 AM IST

ନୂଆଦିଲ୍ଲୀ: ଦୁଇ ଦିନ ଧରି ଇଣ୍ଡିଆ ଷ୍ଟିଲ 2023 ସମ୍ମିଳନୀ ଆୟୋଜନ ହେବ । ଏହା ଏପ୍ରିଲ 19ରୁ 21 ପର୍ଯ୍ୟନ୍ତ ମୁମ୍ବାଇର ଗୋରେଗାଓଁରେ ଥିବା ମୁମ୍ବାଇ ପ୍ରଦର୍ଶନୀ କେନ୍ଦ୍ରରେ ଆୟୋଜିତ ହେବ । ଇସ୍ପାତ ଶିଳ୍ପରେ ଅତ୍ୟାଧୁନିକ ବିକାଶ, ଆହ୍ବାନ ଏବଂ ସୁଯୋଗ ବିଷୟରେ ଆଲୋଚନା କରିବାକୁ ଶିଳ୍ପପତି, ନୀତି ନିର୍ଦ୍ଧାରଣକାରୀ ଏବଂ ବିଶେଷଜ୍ଞମାନଙ୍କୁ ଏକତ୍ର କରିବାକୁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ଏହାକୁ ଉଦଘାଟନ କରିବେ ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ତିନି ଦିନ ମଧ୍ୟରେ ସହଭାଗୀମାନେ ବିଭିନ୍ନ ବିଷୟ ପ୍ରସଙ୍ଗରେ ସୂଚନାତ୍ମକ ଅଧିବେଶନର ଏକ ଶୃଙ୍ଖଳାରେ ସାମିଲ ହେବାର ସୁଯୋଗ ମିଳିବ । ଏହି ସମୟରେ ଇଣ୍ଡିଆ ଷ୍ଟିଲ୍‌ 2003ର ମହତ୍ତ୍ବପୂର୍ଣ୍ଣ ଅଧିବେଶନ ଆୟୋଜିତ କରାଯିବ । ଯେଉଁଥିରେ ‘‘ଲଜିଷ୍ଟିକସ ଇନଫ୍ରାଷ୍ଟ୍ରକଚରକୁ ସକ୍ଷମ କରିବା’’, ‘‘ଭାରତୀୟ ଇସ୍ପାତ ଉଦ୍ୟୋଗ ପାଇଁ ଚାହିଦା ଗତିଶୀଳତା’’, ‘‘ଗ୍ରୀନ ଷ୍ଟିଲ୍‌ ମାଧ୍ୟମରେ ସ୍ଥିରତା ଲକ୍ଷ୍ୟ ଆହ୍ବାନ ଏବଂ ଭବିଷ୍ୟତର ରାସ୍ତା’’, ‘‘ଅନୁକୂଳ ନୀତି ଢାଞ୍ଚା ଏବଂ ଭାରତୀୟ ଇସ୍ପାତ ପାଇଁ ପ୍ରମୁଖ ପ୍ରବର୍ତ୍ତକ'', ତଥା ‘‘ଉତ୍ପାଦକତା ଏବଂ ଦକ୍ଷତା ବଢ଼ାଇବା ପାଇଁ ପ୍ରଯୁକ୍ତି ସମାଧାନ’’ ପରି ବିଷୟକୁ ସାମିଲ କରାଯିବ ।

ଭାରତୀୟ ଇସ୍ପାତ କ୍ଷେତ୍ର ମଧ୍ୟରେ ଆହ୍ବାନ ଓ ସୁଯୋଗକୁ ସମ୍ବନ୍ଧିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଅଧିବେଶନ ଉଦଯୋଗର ପ୍ରମୁଖ, ସରକାରୀ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ବ୍ୟାପକ ଆଲୋଚନାର ସୁବିଧା ପ୍ରଦାନ କରିବ । ଏହି ଅଧିବେଶନ ଉଦ୍ୟୋଗର ଭବିଷ୍ୟତର ବିକାଶ ପାଇଁ ସହଯୋଗ ଓ ନୂତନତାକୁ ପ୍ରୋତ୍ସାହିତ କରିବା, ବିଚାର, ଅନ୍ତଦୃଷ୍ଟି ଏବଂ ଅଭିଜ୍ଞତାର ଆଦାନ ପ୍ରଦାନ କରିବା ପାଇଁ ହିତାଧିକାରୀଙ୍କ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଇଣ୍ଡିଆ ଷ୍ଟିଲ୍‌ 2023 ଷ୍ଟିଲ୍‌ ଉଦ୍ୟୋଗର ପ୍ରମୁଖ ବିଷୟ ଉପରେ ଗୋଲ ଟେବୁଲ ଆଲୋଚନାର ଏକ ସିରିଜର ଆୟୋଜନ କରିବ ।

ଇଣ୍ଡିଆ ଷ୍ଟିଲ 2023 ପ୍ରଦର୍ଶନୀରେ ଭାରତୀୟ ଇସ୍ପାତ ଶିଳ୍ପରୁ ଆଧୁନିକ ପ୍ରଯୁକ୍ତିବିଦ୍ୟା, ଉତ୍ପାଦ ଏବଂ ସମାଧାନ ପ୍ରଦର୍ଶିତ ହେବ । ଏହି ଦୁଇ ବର୍ଷୀୟ କାର୍ଯ୍ୟକ୍ରମ ଉପସ୍ଥିତ ଶିଳ୍ପପତିମାନଙ୍କ ସହ ଜଡିତ ହେବ, ଭବିଷ୍ୟତର ଅଭିବୃଦ୍ଧି ଆଶା ବିଷୟରେ ଜ୍ଞାନ ହାସଲ କରିବା ଏବଂ ଦ୍ରୁତ ଗତିରେ ବିକଶିତ ଭାରତୀୟ ଇସ୍ପାତ କ୍ଷେତ୍ରରେ ସହଯୋଗ ପାଇଁ ସୁଯୋଗ ଅନ୍ୱେଷଣ ପାଇଁ ଉପସ୍ଥିତ ଲୋକଙ୍କୁ ଏକ ସ୍ବତନ୍ତ୍ର ପ୍ଲାଟଫର୍ମ ପ୍ରଦାନ କରିବ ।

ଏପ୍ରିଲ 19ରେ ଇଣ୍ଡିଆ ଷ୍ଟିଲ 2023ର ଉଦଘାଟନୀ ଅଧିବେଶନରେ ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତ ସରକାରଙ୍କ ଇସ୍ପାତ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଫଗାନ ସିଂ କୁଲାସ୍ତେ ଇସ୍ପାତ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ନଗେନ୍ଦ୍ର ନାଥ ସିହ୍ନା, ସଚିବ, ଇସ୍ପାତ ମନ୍ତ୍ରଣାଳୟ, ବରିଷ୍ଠ ଅଧିକାରୀ ଓ ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ଓ ଅନ୍ୟ ବିଶିଷ୍ଟ ବକ୍ତା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।

ABOUT THE AUTHOR

...view details