ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମୁପର ଖେରୀ ହିଂସା ମାମଲା । କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ । ଆଲହାବାଦ ହାଇକୋର୍ଟ ତାଙ୍କୁ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି । ଲଖୀମପୁର ଖେରୀରେ ଚାଷୀଙ୍କ ଉପରେ କାର ଚଳାଇଥିବା ଅଭିଯୋଗରେ ସେ ଗିରଫ ହୋଇଥିଲେ ।
ଗତ ଅକ୍ଟୋବର ୩ ତାରିଖ ରେଲଖିମପୁର ଖେରୀ ଜିଲ୍ଲା ତିକୁନାଆରେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ମାଡି ଯାଇଥିଲା । ଫଳରେ ଅକାଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଚାଷୀଙ୍କ ଉପରେ ଚଢିଯାଇଥିବା ଅଭିଯୋଗ ହୋଇଥିଲା । ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଥିଲା । ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ । ଗତ ୮ ତାରିଖରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ ।