ଓଡିଶା

odisha

ETV Bharat / bharat

No Confidence Motion: ବିବାଦରେ ମନ୍ତ୍ରୀ ନାରାୟଣ ରାଣେ ! - ବିଜେପିକୁ ଫସାଇ ଦେଲେ ନାରାୟଣ ରାଣେ

ବିତର୍କ ମଧ୍ୟରେ ବିବାଦକୁ ଆସିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ମନ୍ତ୍ରୀ ବିତର୍କରେ ଦଳ ପକ୍ଷରୁ ବକ୍ତା ଭାବେ ଲୋକସଭାରେ ପକ୍ଷ ରଖିଥିଲେ । ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ମନ୍ତ୍ରୀ ରାଣେ ଶିବସେନା(ଉଦ୍ଧବ ଗୋଷ୍ଠୀ) ର ସାଂସଦ ଅରବିନ୍ଦ ସାୱନ୍ତଙ୍କୁ କିଛି ଅଶୋଭନୀୟ ଟିପ୍ପଣୀ କରିଛନ୍ତି । ଅଧିକ ପଢନ୍ତ

ବିବାଦରେ ମନ୍ତ୍ରୀ ନାରାୟଣ ରାଣେ !
ବିବାଦରେ ମନ୍ତ୍ରୀ ନାରାୟଣ ରାଣେ !

By

Published : Aug 8, 2023, 10:20 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ନେଇ ବିବାଦ । ମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ବିଜେପି ଉପରେ ଭାରି ପଡିଛନ୍ତି ବିରୋଧୀ । କଂଗ୍ରେସ ଆମ ଆଦମୀ ପାର୍ଟି ମିଳିତ ଭାବେ ବିଜେପି ବିରୋଧରେ ଗର୍ଜିଛନ୍ତି । ଏହାସହ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ । ଯାହାକୁ ନେଇ ଅଡୁଆରେ ବିଜେପି । ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଆଗତ ଆନସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ମଙ୍ଗଳବାର ଲୋକସଭାରେ ସରଗରମ ବିତର୍କ ହୋଇଛି । ବିତର୍କ ଅସମାପ୍ତ ରହିଛି । ବୁଧବାର ପୁଣି ବିତର୍କ ହେବ । ମଙ୍ଗଳବାର ବିରୋଧୀ ଶାସକ ବିତର୍କ ବେଳେ ଏକାଧିକ ବାର ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ସରଗରମ ରହିଥିଲା ବିତର୍କ ।

ଏହାବି ପଢନ୍ତୁ- Nishikant Dubey Attacks: ‘ସୋନିଆ ଗାନ୍ଧୀଙ୍କ ଦୁଇଟି କାମ, ପୁଅ-ଜ୍ବାଇଁକୁ ସେଟ କରିବା’

କିନ୍ତୁ ଏହି ବିତର୍କ ମଧ୍ୟରେ ବିବାଦକୁ ଆସିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ମନ୍ତ୍ରୀ ବିତର୍କରେ ଦଳ ପକ୍ଷରୁ ବକ୍ତା ଭାବେ ଲୋକସଭାରେ ପକ୍ଷ ରଖିଥିଲେ । ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ମନ୍ତ୍ରୀ ରାଣେ ଶିବସେନା(ଉଦ୍ଧବ ଗୋଷ୍ଠୀ) ର ସାଂସଦ ଅରବିନ୍ଦ ସାୱନ୍ତଙ୍କୁ କିଛି ଅଶୋଭନୀୟ ଟିପ୍ପଣୀ କରିଛନ୍ତି । ସଂସଦର କାର୍ଯ୍ୟବାହୀ ସଂସଦ ଟିଭିରେ ସିଧା ପ୍ରସାରଣ ହେଉଥିବାରୁ ଏହାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ମନ୍ତ୍ରୀ ଶିବସେନା (ଉଦ୍ଧବ ଗୋଷ୍ଠୀ) ସାଂସଦଙ୍କ ପାଇଁ ‘ଔକାତ’ ଶବ୍ଦ ଉଚ୍ଚାରଣ କରୁଛନ୍ତି । ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରଶ୍ନ ଉଠାଇବାର କୌଣସି ଅଧିକାର ନାହିଁ । ମନ୍ତ୍ରୀଙ୍କ ଏହି ଶବ୍ଦକୁ ନେଇ ପ୍ରତିବାଦ ହେବା ପରେ ସଦନରେ ଉଧ୍ୟକ୍ଷତା କରୁଥିବା କାମଚଳା ବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲ ମଧ୍ୟ ଏଭଳି ଶବ୍ଦ ପ୍ରୟୋଗ ନକରିବାକୁ ଚେତାବନୀ ଦେଉଛନ୍ତି ।

ଆଜି ମନ୍ତ୍ରୀ ନାରାୟଣ ରାଣେଙ୍କ ପୂର୍ବରୁ ଶିବସେନା (ଉଦ୍ଧବ ଗୋଷ୍ଠୀ)ର ସାଂସଦ ଅରବିନ୍ଦ ସାୱନ୍ତ ଦଳ ପକ୍ଷରୁ କହିଥିଲେ । ଏହା ପରେ ମନ୍ତ୍ରୀଙ୍କ ପାଳି ପଡିଥିଲା । ମନ୍ତ୍ରୀ ପ୍ରାରମ୍ଭରୁ ଶିବସେନା ପ୍ରତି ଆକ୍ରମଣତ୍ମକ ଆଭିମୁଖ୍ୟ ଆପଣାଇଥିଲେ । ମନ୍ତ୍ରୀ କହିଥିଲେ ‘‘ ଶିବସେନା (ୟୁବିଟି) ସାଂସଦ ଅରିବନ୍ଦ ସାୱନ୍ତଙ୍କ ବକ୍ତବ୍ୟ ଶୁଣିଲା ପରେ ମତେ ଲାଗିଲା ମୁଁ ମହାରାଷ୍ଟ୍ର ବିଧାନସଭାରେ ଅଛି । ଯେଉଁ ହିନ୍ଦୁତ୍ବ କଥା କହୁଛନ୍ତି 2019ରେ କେଉଁଠି ଥିଲେ? ବିଜେପି ସହିତ ନିର୍ବାଚନ ଲଢିଲେ । କ୍ଷମତା ପାଇଁ ଶରଦ ପାୱରଙ୍କ ସହ ଚାଲିଗଲେ । ମୁଁ 1967 ର ଶିବସୈନିକ ।’’ ଏହା ଶୁଣିବା ମାତ୍ରେ ଉଦ୍ଧବ ଗୋଷ୍ଠୀ ସାଂସଦ ହଟ୍ଟଗୋଳ କରିଥିଲେ । ଏହା ଦେଖି ମନ୍ତ୍ରୀ ରାଣେ କହିଥିଲେ ‘‘ଆରେ ବୈଠ...ପିଛେ ବୈଠ... ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପ୍ରଶ୍ନ ଉଠାଇବାର ଔକାତ ନାହିଁ । ଯଦି ପ୍ରଶ୍ନ ଉଠାଇବା ତୁମର ଔକାତ ବାହାର କରିଦେବି’’ । ଯାହାକୁ ନେଇ ଏବେ ବିବାଦ ସହ ବିତର୍କ ଆରମ୍ଭ ହୋଇଛି । ଏହାକୁ ନେଇ କଂଗ୍ରେସ ଆମ ଆଦମୀ ପାର୍ଟି ବାଚସ୍ପତିଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ABOUT THE AUTHOR

...view details