ଓଡିଶା

odisha

ETV Bharat / bharat

କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ, ସମସ୍ତେ ସୁରକ୍ଷିତ

କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁଙ୍କୁ ନେଇ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ରାମବନ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀଙ୍କ କାରକୁ ଧକ୍କା ଦେଲା ଟ୍ରକ । ତେବେ ମନ୍ତ୍ରୀଙ୍କ ସମେତ କାରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

By

Published : Apr 8, 2023, 10:14 PM IST

କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ
କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ

ଶ୍ରୀନଗର: ଜମ୍ମୁରୁ ଶ୍ରୀନଗର ଯାଉଥିବା ସମୟରେ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁଙ୍କ କାର ଏକ ସାମାନ୍ୟ ଦୁର୍ଘଟଣାର ଶିକାର ହୋଇଛି । ଜମ୍ମୁ ଓ କାଶ୍ମୀରର ରାମବନ ଜିଲ୍ଲା ଅନ୍ତର୍ଗତ ବନିହାଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ରକ ପଛୁଆ ଆସୁଥିବା ସମୟରେ ଏହା କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ବସିଥିବା କାରକୁ ଧକ୍କା ଦେଇଥିଲା । ତେବେ ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ କାରଟି କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ କେନ୍ଦ୍ରମନ୍ତ୍ରୀ ଓ ଏଥିରେ ବସିଥିବା ଅନ୍ୟ ସମସ୍ତ ବ୍ୟକ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି ।

ତେବେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁଙ୍କ କାର ଦୁର୍ଘଟଣା ନେଇ ରାମବନ ପୋଲିସର ସୂଚନା ଅନୁସାରେ, କାର ଦୁର୍ଘଟଣା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ଯିବା ସ୍ଥାନରେ ସୁରକ୍ଷିତ ଭାବେ ପହଞ୍ଚାଇ ଦିଆଯାଇଛି । ତେବେ ଏକ କାର ଯୋଗେ ସେ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା । ତେବେ ଏହି ଦୁର୍ଘଟଣାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁଙ୍କର କୌଣସି କ୍ଷତି ହୋଇନାହିଁ । ଏହା ସହିତ କେନ୍ଦ୍ରମନ୍ତ୍ରୀଙ୍କ ସହିତ କାରରେ ଯାଉଥିବା ଅନ୍ୟ ସମସ୍ତ ବ୍ୟକ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ତେବେ ଟ୍ରକ ଧକ୍କାରେ ମନ୍ତ୍ରୀଙ୍କ ଏହି ସରକାରୀ କାରଟି କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଜମ୍ମୁ ଓ କାଶ୍ମୀରର ରାମବନ ଅଞ୍ଚଳରେ ଘଟିଥିଲା । ଦୁର୍ଘଟଣା ଘଟିବା ପରେ ମନ୍ତ୍ରୀଙ୍କ ସହ ରହିଥିବା ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ଅଞ୍ଚଳରେ ଘେରିଯାଇଥିଲେ । ତେବେ କୁହାଯାଉଛି ଯେ, ରାସ୍ତା କଡ଼ରେ ଫସି ଯାଇଥିବା ଏକ ଟ୍ରକ ପଛକୁ ଆସୁଥିବା ସମୟରେ ମନ୍ତ୍ରୀଙ୍କ କାରକୁ ଧକ୍କା ଦେଇଥିଲା ।

ପ୍ରକାଶ ଥାଉକି, କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ଶନିବାର ଜମ୍ମୁ ବିଶ୍ବ ବିଦ୍ୟାଳୟରେ ଡୋଗରୀ ଭାଷାରେ ଭାରତୀୟ ସମ୍ବିଧାନର ପ୍ରଥମ ସଂସ୍କରଣର ଉଦ୍‌ଘାଟନ କରିଥିଲେ । ଏଠାରେ ଆଦାନୀ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ । ତେବେ ଆଦାନୀ ପ୍ରସଙ୍ଗରେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଥିଲେ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ । ଏହି ପ୍ରସଙ୍ଗରେ ତଦନ୍ତ ପାଇଁ ସୁପ୍ରିମ କୋର୍ଟ ଏକ କମିଟି ଗଠନ କରିଛନ୍ତି । ସେଥିପାଇଁ ଏନେଇ କୌଣସି ଟିପ୍ପଣୀ ଦେବେ ନାହିଁ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ସମୟରେ ରାମବନ ଅଞ୍ଚଳରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ କେନ୍ଦ୍ରମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details