ଭୋପାଳ: ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀଙ୍କୁ ଚପଲ ପିନ୍ଧାଇଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Union Minister Jyotiraditya Scindia worn Slippers to Energy Minister Pradumna Singh Tomar) । ଗ୍ୱାଲିୟରରେ ରାସ୍ତା ମରାମତି ନହେବାରୁ ମଧ୍ୟପ୍ରଦେଶ ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର (Energy Minister of Madhya Pradesh Pradumna Singh Tomar) ଜୋତା ଚପଲ ତ୍ୟାଗ କରିଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆଙ୍କ (Union Minister of Civil Aviation of India Jyotiraditya Scindia) ଅନୁରୋଧ କ୍ରମେ ପ୍ରାୟ 65 ଦିନ ପରେ ରବିବାର ପ୍ରଦ୍ୟୁମ୍ନ ସିଂ ଚପଲ ପିନ୍ଧିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:ଦିଦିଙ୍କ ରାଜ୍ୟରେ ଗଡିବ Vande Bharat Express, ଶୁଭାରମ୍ଭ କରିବେ ମୋଦି
ଗ୍ୱାଲିୟରରେ ରାସ୍ତା ନିର୍ମାଣ ନହେବାରୁ 65 ଦିନ ହେଲା ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ଚପଲ ତ୍ୟାଗ କରି ନିଆରା ଢଙ୍ଗରେ ପ୍ରତିବାଦ ଜଣାଇଥିଲେ । ଏହି ରାସ୍ତାକାମ ପ୍ରାୟ 90 ପ୍ରତିଶତ ଶେଷ ହୋଇଯାଇଥିବାରୁ ସିନ୍ଧିଆ ତାଙ୍କୁ ଅନୁରୋଧ କରି ଚପଲ ପିନ୍ଧାଇଥିଲେ । ଏହି ପରିପ୍ରେକ୍ଷୀରେ ସିନ୍ଧିଆ କହିଛନ୍ତି, ଯେଉଁ ରାସ୍ତା ପାଇଁ ପ୍ରଦ୍ୟୁମ୍ନ ସିଂ ଚପଲ ତ୍ୟାଗ କରିଥିଲେ ତାହାର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ରହିଛି ।
ଗତ ଅକ୍ଟୋବର ମାସରେ ପ୍ରଦ୍ୟୁମ୍ନ ସିଂ କହିଥିଲେ, "ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି । ରାସ୍ତା ତିଆରି ପାଇଁ ସରକାର ଠିକ ସମୟରେ ଅର୍ଥ ଦେଇଛନ୍ତି ଏବଂ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସର୍ବସାଧାରଣରେ ସ୍ବୀକାର କରୁଛି ଯେ, ରାସ୍ତା ନିର୍ମାଣ ହୋଇନାହିଁ । ତେଣୁ ମୁଁ କ୍ଷମା ପ୍ରାର୍ଥନା କରୁଛି । ସେ ଆହୁରି ମଧ୍ୟ କହିଥିଲେ ଜନସାଧାରଣ ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି, ତାହା ମୁଁ ଅନୁଭବ କରିବା ଉଚିତ୍ । ତେଣୁ ତିନୋଟି ରାସ୍ତା ମରାମତି ନହେବା ଯାଏ ଚପଲ ପିନ୍ଧିବି ନାହିଁ।" ପ୍ରଦ୍ୟୁମ୍ନ ସିଂଙ୍କ ପ୍ରତିବାଦ ପରେ ମ୍ୟୁନିସିପାଲଟି କର୍ପୋରେସନ ସହରର ଅନେକ ଅଞ୍ଚଳରେ ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହାର କାମ ଶେଷ ହେବାକୁ ଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ:Year Ender 2022: ସ୍ବଦେଶୀ 5Gରୁ ଜି-୨୦ ଅଧ୍ୟକ୍ଷତା, ୨୦୨୨ରେ ଐତିହାସିକ ସଫଳତା ହାତେଇଲା ଭାରତ
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ ଗତ ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ (Birth anniversary of former Prime Minister Atal Bihari Vajpayee) ଅବସରରେ ଗ୍ୱାଲିୟରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ଏହି ସମୟରେ ସେ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂଙ୍କୁ ଚପଲ ପିନ୍ଧିବାକୁ ଅନୁରୋଧ କରିଥିଲେ । ଏହାପରେ ସେ ଚପଲ ପିନ୍ଧିଥିଲେ । ଚପଲ ପିନ୍ଧିବା ପରେ ମନ୍ତ୍ରୀ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇ ଖୁସିବ୍ୟକ୍ତ କରିଛନ୍ତି । ଏନେଇ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସମେତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।