ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆସିଥିବା ଶିଖ ଧର୍ମାବିଲମ୍ବୀ (Sikh delegation from Afghanistan) ମାନଙ୍କୁ ସ୍ବାଗତ କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଶୁକ୍ରବାର ଆଫଗାନିସ୍ତାନ କାବୁଲରୁ ଭାରତ ସରକାରଙ୍କ ଅପରେସନ ଦୈବୀ ଶକ୍ତି ମାଧ୍ୟମରେ ଆସି ପହଞ୍ଚିଛନ୍ତି ଶିଖ ଧର୍ମାବିଲମ୍ବୀ । ଏହା ସହ ଶ୍ରୀ ଗୁରୁଗ୍ରନ୍ଥ ସାହିବ ସ୍ବରୁପକୁ ଗ୍ରହଣ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।
ଶୁକ୍ରବାର ଆଫଗାନିସ୍ତାନର କାବୁଲରୁ ଭାରତ ଫେରିଛନ୍ତି ହିନ୍ଦୁ ଓ ଶିଖ ଧର୍ମାବିଲମ୍ବୀ । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କାବୁଲରୁ ସ୍ବଦେଶ ଫେରିଛନ୍ତ ୧୧୦ ଭାରତୀୟ । ଏମାନଙ୍କ ମଧ୍ୟରେ ଅଧିକାଂଶ ରହିଛନ୍ତି ଶିଖ ସମ୍ପ୍ରଦାୟ । କାବୁଲରୁ ସୁରକ୍ଷିତ ଫେରିବା ସହ ନିଜ ଭଗବାନ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ସ୍ବରୁପକୁ ସାଥୀରେ ଆଣିଛନ୍ତି ଶିଖ ସମ୍ପ୍ରଦାୟ । ତେବେ ବିମାନଟି ଦିଲ୍ଲୀରେ ପହଞ୍ଚବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ସ୍ବାଗତ କରିଛନ୍ତି । ବିଜେପି ଅଧ୍ୟକ୍ଷ ଓ ପୁରୀ ନିଜେ ଏହାକୁ ମୁଣ୍ଡରେ ବୋହି ଆଣୁଥିବା ଦେଖିବାକୁ ମିଳିଛି । ଆଫଗାନିସ୍ତାନର କାବୁଲରୁ ବିମାନରେ ୩ ଟି ଗ୍ରନ୍ଥ ଆଣାଯାଇଛି ।