ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଗତକାଲି ପତଞ୍ଜଳି ଯୋଗପୀଠର ପରିଚାଳନା ନିର୍ଦ୍ଦେଶକ (ଏମଡି) ଏବଂ ସହ -ପ୍ରତିଷ୍ଠାତା ଆଚାର୍ଯ୍ୟ ବାଳକ୍ରିଷ୍ଣା ପାତାଞ୍ଜଳିର ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ପତଞ୍ଜଳି ମଧ୍ୟରେ କଲ୍ୟାଣ ଏବଂ ବିକାଶ ନିମନ୍ତେ ଚାଲିଥିବା ଭାଗଦାରୀର ଅଗ୍ରଗତି ଓ ନୂଆ ଅନୁସନ୍ଧାନ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ଏହି ବୈଠକରେ ପତଞ୍ଜଳି ଦ୍ବାରା ପରିଚାଳିତ ପ୍ରକଳ୍ପର ଅଗ୍ରଗତି ଜନଜାତି ମାନଙ୍କ ଉପରେ ଗବେଷଣା ଏବଂ ସେମାନଙ୍କର କଲ୍ୟାଣ ସହିତ ଜଡିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଗଭୀର ଭାବରେ ଆଲୋଚନା ହୋଇଥିଲା । ବିଶେଷ କରି ଦେଶର ଆଦିବାସୀ ବହୁଳ ରାଜ୍ୟ ଝାଡଖଣ୍ଡ, ତେଲେଙ୍ଗାନା ଓଡିଶା ପୂର୍ବାଞ୍ଚଳର ରାଜ୍ୟ ଗୁଡିକରେ ବସବାସ କରୁଥିବା ଆଦିବାସୀଙ୍କ କଲ୍ୟାଣ ପାଇଁ ସେମାନଙ୍କ ଦ୍ବାରା ସଂଗୃହିତ ହେଉଥିବା ବିଭିନ୍ନ ପ୍ରାକୃତିକ ମହଷୌଧି ଉପରେ ଅଧିକ ଗବେଷଣା ପାଇଁ ନିଷ୍ପତ୍ତି ହୋଇଥିଲା । ଏହାଦ୍ବାରା ସ୍ଥାନୀୟ ଅଧିବାସୀଙ୍କ ଆର୍ଥିକ ସାମାଜିକ ବିକାଶ ହେବାସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହୋଇପାରିବ ।