ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁ ଆଷ୍ଟର ହସ୍ପିଟାଲକୁ ସ୍ଥାନାନ୍ତରିତ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା - କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ସ୍ବାସ୍ଥ୍ୟବସ୍ଥା ଅପଡେଟ

କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡାଙ୍କୁ ବେଙ୍ଗାଲୁରୁ ଆଷ୍ଟର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ......

ଆଷ୍ଟର ହସ୍ପିଟାଲକୁ ସ୍ଥାନାନ୍ତରିତ ହେଲେ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା
ଆଷ୍ଟର ହସ୍ପିଟାଲକୁ ସ୍ଥାନାନ୍ତରିତ ହେଲେ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା

By

Published : Jan 3, 2021, 6:24 PM IST

ବେଙ୍ଗାଲୁରୁ : କେନ୍ଦ୍ର ମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡାଙ୍କୁ ବେଙ୍ଗାଲୁରୁ ଆଷ୍ଟର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏକ ବୈଠକରୁ ଫେରିବା ସମୟରେ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ କର୍ଣ୍ଣାଟକର ଚିତ୍ରାଦୁରଗାସ୍ଥିତ ଘରୋଇ ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯାଉଥିଲା । ପରେ ତାଙ୍କୁ ଆଷ୍ଟର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ସମ୍ପୃକ୍ତ ମାର୍ଗକୁ ଶୁନ୍ୟ ଟ୍ରାଫିକ ଜୋନରେ ପରିଣତ କରିଥିଲା ସ୍ଥାନୀୟ ପ୍ରଶାସନ ।

ଆଷ୍ଟର ହସ୍ପିଟାଲକୁ ସ୍ଥାନାନ୍ତରିତ ହେଲେ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା

କର୍ଣ୍ଣାଟକର ସିମୋଗାରେ ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ଯୋଗଦେଇ ଫେରୁଥିବା ବେଳେ ସେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ । ପ୍ରାଥମିକ ପରୀକ୍ଷା ପରେ ତାଙ୍କର କୌଣସି ଗୁରୁତ୍ତର ସମସ୍ୟା ନଥିବା ଜଣା ପଡିଛି । ତାଙ୍କ ଶରୀରରେ ସୁଗାରର ମାତ୍ରା କମ ରହିଥିବାରୁ ତାଙ୍କର ଏପରି ସମସ୍ୟା ଦେଖାଯାଇଥିବା ଜଣା ପଡିଛି । ତାଙ୍କ ଅବସ୍ଥା ବର୍ତ୍ତମାନ ସୁଦ୍ଧା ଭଲ ଅଛି ଓ ଖୁବ ଶିଘ୍ର ସେ ହସ୍ପିଟାଲରୁ ଡିସଚାର୍ଡ ହେବେ ବୋଲି ଆଷ୍ଟାର ହସ୍ପିଟାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details