ଓଡିଶା

odisha

ETV Bharat / bharat

ଭାରତ ୟୁଏଇ ଷ୍ଟ୍ରାଟେଜିକ ସମ୍ପର୍କକୁ ଶିଖର ନେବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ଆଜିର ସମୟରେ ଶିକ୍ଷା ଓ ଦକ୍ଷତା ସମେତ ଅନେକ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଷ୍ଟ୍ରାଟେଜିକ ଭାଗିଦାରୀ ତଥା ବିଶେଷ ଭାବରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଛି । ୟୁଏଇରେ ଆଇଆଇଟି ଖୋଲାଯାଉଛି। ଭାରତର ପ୍ରମୁଖ ବିଶ୍ବବିଦ୍ୟାଳୟ ଗୁଡିକ ଏଠାରେ ଅବସ୍ଥାପିତ ଅଛି । ଭବିଷ୍ୟତରେ ମଧ୍ୟ ଅନେକ ବିଶ୍ବବିଦ୍ୟାଳୟ ୟୁଏଇରେ ଖୋଲାଯିବାର ସମ୍ଭାବନା ରହିଛି ।" ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 1, 2023, 10:59 PM IST

ଭାରତ ୟୁଏଇ ଷ୍ଟ୍ରାଟେଜିକ ସମ୍ପର୍କକୁ ଶିଖର ନେବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ
ଭାରତ ୟୁଏଇ ଷ୍ଟ୍ରାଟେଜିକ ସମ୍ପର୍କକୁ ଶିଖର ନେବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ପ୍ରତିପକ୍ଷ ଅହମ୍ମଦ ଅଲ ଫଲାସୀଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ଏହାସହ ଆବୁଧାବୀରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଷ୍ଟ୍ରାଟେଜିକ ସମ୍ପର୍କକୁ ଶିଖରକୁ ନେବା ଆମର ଲକ୍ଷ୍ୟ ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ଆଜିର ସମୟରେ ଶିକ୍ଷା ଓ ଦକ୍ଷତା ସମେତ ଅନେକ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଷ୍ଟ୍ରାଟେଜିକ ଭାଗିଦାରୀ ତଥା ବିଶେଷ ଭାବରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଛି । ୟୁଏଇରେ ଆଇଆଇଟି ଖୋଲାଯାଉଛି। ଭାରତର ପ୍ରମୁଖ ବିଶ୍ବବିଦ୍ୟାଳୟ ଗୁଡିକ ଏଠାରେ ଅବସ୍ଥାପିତ ଅଛି । ଭବିଷ୍ୟତରେ ମଧ୍ୟ ଅନେକ ବିଶ୍ବବିଦ୍ୟାଳୟ ୟୁଏଇରେ ଖୋଲାଯିବାର ସମ୍ଭାବନା ରହିଛି । ଭାରତର ପ୍ରମୁଖ ଜାତୀୟ ଶିକ୍ଷା ବୋର୍ଡ ସିବିଏସଇର ୧୦୦ରୁ ଅଧିକ ବିଦ୍ୟାଳୟ ୟୁଏଇରେ କାର୍ଯ୍ୟ କରୁଛି । ଖୁବଶୀଘ୍ର ଏଠାରେ ଏକ ସିବିଏସଇ କାର୍ଯ୍ୟାଳୟ ଖୋଲାଯିବାର ଯୋଜନା ରହିଛି । ୟୁଏଇ ଶିକ୍ଷା ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦୁଇ ଦେଶର ପାରସ୍ପରିକ ସ୍ବାର୍ଥର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ବୟକୁ ପ୍ରୋତ୍ସାହିତ କରିବ ।’’

ଅଧିକ ପଢନ୍ତୁ- ୟୁଏଇ ଗସ୍ତରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ, 2 ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ନେଇ ଆଶାବାଦୀ

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ‘୪୨ ଆବୁଧାବୀ’ ସ୍କୁଲ ପରିଦର୍ଶନ କରିଥିଲେ । ଉକ୍ତ କୋଡିଂ ସ୍କୁଲରେ ପ୍ରକଳ୍ପ ଭିତ୍ତିକ ପାଠ୍ୟକ୍ରମ ମାଧ୍ୟମରେ ଇନୋଭେସନକୁ ପ୍ରୋତ୍ସାହନ ଦେବା, ସୃଜନଶୀଳତା ଏବଂ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଦେଖି ଖୁସିବ୍ୟକ୍ତ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଉପସାଗରୀୟ ଦେଶରେ ପ୍ରଥମ ଥର ପାଇଁ ଏହି ଟେକ୍ନୋଲୋଜି ଆଧାରିତ ସ୍କୁଲ ଭବିଷ୍ୟତର ସ୍ବପ୍ନକୁ ସାକାର କରିବା ପାଇଁ ଶିକ୍ଷା ପ୍ରତି ଥିବା ପ୍ରତିବନ୍ଧକକୁ ଦୂର କରିବା ଉପରେ ଗୁରୁତ୍ବ ଦେଉଛି । ଏହି ଅନୁଷ୍ଠାନ ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କର କାର୍ଯ୍ୟସୂଚୀ ଅନୁଯାୟୀ ଶିକ୍ଷା ଦେବା ସହ ରୋଜଗାର କରିବା ଉପରେ ଉତ୍ତମ ବାତାବରଣ ପ୍ରଦାନ କରିବା ପ୍ରଶଂସନୀୟ । ରୋଜଗାର କରିବା ସମୟରେ ସୁବିଧା ପ୍ରଦାନ କରିବା ଏବଂ ଶିଖିବା ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ସୁପାରିଶ । ଭାରତର ପ୍ରତିଭାସମ୍ପନ୍ନ ଯୁବକ ଓ କର୍ମଚାରୀଙ୍କୁ ସଶକ୍ତ କରିବାର ଏହା ଏକ ପ୍ରମୁଖ ମାଧ୍ୟମ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆବୁଧାବୀ ଭାରତୀୟ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ଏହି ସ୍କୁଲ ଭାରତ ଓ ୟୁଏଇର ସଂସ୍କୃତି, ବିଚାର ଓ ମୂଲ୍ୟବୋଧ ଶିକ୍ଷା ଦେଉଥିବା ନେଇ ସେ ଖୁସି ପ୍ରକଟ କରିଥିଲେ । ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଧ୍ୟାନରେ ରଖି ଭାରତ ଏବଂ ୟୁଏଇ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକରୁ ଅଧିକ ମଜଭୁତ କରିବା ଲକ୍ଷ୍ୟରେ ଏହି ୟୁଏଇ ଗସ୍ତର ଲକ୍ଷ୍ୟ ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।

ABOUT THE AUTHOR

...view details