ଓଡିଶା

odisha

ETV Bharat / bharat

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ - ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ବ୍ରେନଡେନ ଓ କୋନୋର

ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ପଦର ପରିଚାଳନା କରିଛି ଅଷ୍ଟ୍ରେଲିଆ । ଲୋକଙ୍କ ଦକ୍ଷତା ବୃଦ୍ଧି କରିବାରେ ଅଷ୍ଟ୍ରେଲିଆର ଭୂମିକାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ, ଦୁଇ ଦେଶ ଭାରତରେ ଏହା ଉପରେ ଗୁରୁତ୍ୱ ଦେବା ସହ ବର୍ତ୍ତମାନ ସମୟରେ ଉଭା ହେଉଥିବା ନୂଆ ଚାକିରି ପାଇଁ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଉପାୟ ଅନ୍ୱେଷଣ କରିବା ଉଚିତ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ

By

Published : Jul 20, 2023, 7:31 PM IST

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ବ୍ରେନଡେନ ଓ’ କୋନୋରଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି । ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶର ସହଭାଗିତାକୁ ଆହୁରି ସୁଦୃଢ କରିବା ସହ ସମ୍ପ୍ରସାରଣ କରିବା ଦିଗରେ ଉଭୟ ଦେଶର ମନ୍ତ୍ରୀ ଆଲୋଚନା କରିଛନ୍ତି । ଖଣି ଖନନ, କୃଷି ପ୍ରଯୁକ୍ତିବିଦ୍ୟା, ଜଳ ପରିଚାଳନା, ଅକ୍ଷୟ ଉର୍ଜା, ଏଆଇ ରୋବୋଟିକ୍ସ ଭଳି କ୍ଷେତ୍ରରେ ପାଠ୍ୟକ୍ରମ ବିକଶିତ କରିବା ଉପରେ ଆଲୋଚନା ହୋଇଛି । ଆସନ୍ତା ସେପ୍ଟେମ୍ବରରେ ଗୁଜୁରାଟର ଗାନ୍ଧୀନଗରରେ ସପ୍ତମ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ ହେବ ।

ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ପଦର ପରିଚାଳନା କରିଛି ଅଷ୍ଟ୍ରେଲିଆ । ଲୋକଙ୍କ ଦକ୍ଷତା ବୃଦ୍ଧି କରିବାରେ ଅଷ୍ଟ୍ରେଲିଆର ଭୂମିକାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ, ଦୁଇ ଦେଶ ଭାରତରେ ଏହା ଉପରେ ଗୁରୁତ୍ୱ ଦେବା ସହ ବର୍ତ୍ତମାନ ସମୟରେ ଉଭା ହେଉଥିବା ନୂଆ ଚାକିରି ପାଇଁ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଉପାୟ ଅନ୍ୱେଷଣ କରିବା ଉଚିତ । ଏହା ବ୍ୟତିତ ଖଣି ଖନନ, କୃଷି ପ୍ରଯୁକ୍ତିବିଦ୍ୟା, ଜଳ ପରିଚାଳନା, ଅକ୍ଷୟ ଉର୍ଜା, ଏଆଇ ରୋବୋଟିକ୍ସ ଭଳି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ମିଳିତ ପାଠ୍ୟକ୍ରମ ବିକଶିତ କରିବାର ଆବଶ୍ୟକତା ରହିଛି । ଗ୍ରୀନ ହାଇଡ୍ରୋଜେନ ପାଠ୍ୟକ୍ରମର ବିଷୟ ଗୁଡିକର ବିକଶିତ କରିବା ପାଇଁ ମିଳିତ ଉଦ୍ୟମ କରିବା ପାଇଁ ଉଭୟ ମନ୍ତ୍ରୀ ଆଲୋଚନା କରିଛନ୍ତି ।

ଏହାବି ପଢନ୍ତୁ- ବିଶ୍ବ କଲ୍ୟାଣ ପାଇଁ ଭାରତ ସିଙ୍ଗାପୁର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ର କହିଛନ୍ତି ଯେ, ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ । ଯାହାର ଇତିହାସ ନୂଆ ଉଚ୍ଚତାକୁ ଯାଇଛି । ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ଶିକ୍ଷାଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି, ମାଇଗ୍ରେସନ ଓ ମୋବିଲିଟି ପାର୍ଟନରସିପ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ଭାରତ ଓ ଅଷ୍ଟ୍ରେଲିଆର ଦକ୍ଷତା କ୍ଷେତ୍ର ସହ ଜଡ଼ିତ ନିୟମକୁ ମିଳିତ ଭାବରେ କାର୍ଯ୍ୟ କରିବା ଉପରେ ଆଲୋଚନା କରିଛନ୍ତି । ଉଭୟ ଦେଶରେ ଧନ୍ଦାମୂଳକ କୌଶଳର ମାନ୍ୟତା ପ୍ରଦାନକୁ ତ୍ବରାନ୍ବିତ କରିବା, ଡୁଆଲ ସାର୍ଟିଫିକେସନ ପ୍ରଦାନ କରିବା, ଭର୍ଚ୍ଚୁଆଲ ଏବଂ ଫିଜିକାଲ କାର୍ଯ୍ୟକ୍ରମର ଆଦାନ ପ୍ରଦାନ ସହ ଆପ୍ରେଣ୍ଟସିପ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଉପର ବୈଠକରେ ଗୁରୁତ୍ବ ଦିଆଯାଇଛି । ଏହି ଅବସରରେ ଧର୍ମେନ୍ଦ୍ର ଭାରତର ଦକ୍ଷତା ବିକାଶରେ କ୍ଷମତାକୁ ବୃଦ୍ଧି କରିବା ଦିଗରେ ଅଷ୍ଟ୍ରେଲିଆର ଭେଟ ଟ୍ରେନିଂ ପାର୍ଟନରକୁ ସ୍ବାଗତ କରିଛନ୍ତି ।

For All Latest Updates

ABOUT THE AUTHOR

...view details