ଓଡିଶା

odisha

ETV Bharat / bharat

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ଆମେରିକା ସେକ୍ରେଟାରୀ ଅଫ କମର୍ସ

ବୈଠକରେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବର୍ତ୍ତମାନ କୌଶଳ ଓ ଦକ୍ଷତା ଡିଗ୍ରୀ ଠାରୁ ବି ଅଧିକ ଗୁରୁତ୍ୱ ବହନ କରୁଛି । ଭାରତର ଥିବା ମାନବ ସମ୍ବଳ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଉଭା ହେଉଥିବା ନୂତନ ପ୍ରଯୁକ୍ତିବିଦ୍ୟା ତଥା ବ୍ୟାପକତା ସୁଯୋଗ ଉଭୟ ରାଷ୍ଟ୍ରର ବିକାଶ ପାଇଁ ସହାୟକ ହେବ । ଅଧିକ ପଢନ୍ତୁ

By

Published : Mar 9, 2023, 11:06 PM IST

Etv Bharat
Etv Bharat

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି (ଗୁରୁବାର) ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋଙ୍କ ସହିତ ଭାରତ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଧର୍ମେନ୍ଦ୍ର ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋଙ୍କ ଜୀବନବ୍ୟାପୀ ଶିକ୍ଷା ଗ୍ରହଣରେ ବ୍ୟାପକ ସୁଯୋଗ ସୃଷ୍ଟି କରିବା, ଦକ୍ଷତା ବିକାଶ, ଷ୍ଟାର୍ଟଅପ ଓ କ୍ଷୁଦ୍ର ଏବଂ ଅଣୁ ଉଦ୍ୟୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ମଜଭୁତ କରିବା ଦିଗରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବର୍ତ୍ତମାନ କୌଶଳ ଓ ଦକ୍ଷତା ଡିଗ୍ରୀ ଠାରୁ ବି ଅଧିକ ଗୁରୁତ୍ୱ ବହନ କରୁଛି । ଭାରତର ଥିବା ମାନବ ସମ୍ବଳ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଉଭା ହେଉଥିବା ନୂତନ ପ୍ରଯୁକ୍ତିବିଦ୍ୟା ତଥା ବ୍ୟାପକତା ସୁଯୋଗ ଉଭୟ ରାଷ୍ଟ୍ରର ବିକାଶ ପାଇଁ ସହାୟକ ହେବ । ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଭାରତର ତ୍ୱରିତ ବିକାଶ ପାଇଁ ଥିବା ଦୂରଦୃଷ୍ଟିକୁ ପ୍ରଶଂସା କରିଥିବାରୁ ଧର୍ମେନ୍ଦ୍ର କୃତଜ୍ଞତା ଜଣାଇଛନ୍ତି ।

ଭାରତର ଦକ୍ଷତା ବିକାଶ ଇକୋସିଷ୍ଟମକୁ ଅଧିକ କ୍ରିୟାଶୀଳ କରିବା ସହ ଭବିଷ୍ୟତ ପାଇଁ ଏକ ପ୍ରତିଭାଶାଳୀ ମାନବ ସମ୍ବଳ ପ୍ରସ୍ତୁତ କରିବା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସହମତି ପ୍ରକାଶ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋଙ୍କୁ ଓଡ଼ିଶାର ପାରମ୍ପରିକ ଚିତ୍ରକଳା ପଟ୍ଟଚିତ୍ର ସହିତ କାଶ୍ମୀର ଶାଲ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ଯ ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସହ ହୋଲି ଖେଳିବା ସହ ଡ୍ୟାନ୍ସ କରିଥିଲେ । ଏହି ହୋଲି କାର୍ଯ୍ୟକ୍ରମରେ ଏକାଧିକ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ଆଜି ଜୀନା ରାଏମୋଣ୍ଡୋ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ଦ୍ବିପାକ୍ଷିକ ବୈଠକ କରିଛନ୍ତି । ଆମେରିକାର ସେକ୍ରେଟାରୀ ଅଫ କମର୍ସ ଭାରତରେ ଥିବା ବେଳେ ଭାରତ ଗସ୍ତରେ ଆସିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ । ସେ ମଧ୍ୟ ଗତକାଲି ଗୁଜୁରାଟ ରାଜଭବନରେ ହୋଲି ଖେଳିବା ସହ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋଟେରା ଷ୍ଟାଡିୟମରେ ମ୍ୟାଚ ଦେଖିଥିଲେ ।

ABOUT THE AUTHOR

...view details