ଓଡିଶା

odisha

ETV Bharat / bharat

କ୍ରୀଡ଼ା ମନ୍ତ୍ରୀ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ଅନୁରାଗ ଠାକୁର - ଗୁଜରାଟର କେୱଡ଼ିଆ ଠାରେ କ୍ରୀଡ଼ା ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀ

ଦେଶରେ କ୍ରୀଡ଼ା ଇକୋସିଷ୍ଟମ ବିକଶିତ କରିବା ଏବଂ ଭାରତକୁ ବିଶ୍ବର ୧୦ଟି ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ

Union Minister chairs the Sports Ministers Conference in Kevadiya Gujarat
କ୍ରୀଡ଼ା ମନ୍ତ୍ରୀ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ଅନୁରାଗ ଠାକୁର

By

Published : Jun 25, 2022, 9:08 AM IST

ଅହମ୍ମଦାବାଦ: ଦେଶରେ କ୍ରୀଡ଼ା ଇକୋସିଷ୍ଟମ ବିକଶିତ କରିବା ଏବଂ ଭାରତକୁ ବିଶ୍ବର ୧୦ଟି ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ଗୁଜରାଟର କେୱଡ଼ିଆ ଠାରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଠାକୁର ଏହା କହିଛନ୍ତି ।

ମନ୍ତ୍ରୀ କହିଥିଲେ ରାଜ୍ୟ ଓ କେନ୍ଦ୍ର ସରକାର ମିଶି ଯୋଜନା ଓ ଭିତ୍ତିଭୂମି ବ୍ୟବସ୍ଥା କରିବା ସହିତ ମିଳିତ ଭାବେ ପ୍ରତିଯୋଗିତା ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କଲେ ଖେଳ ଓ ଖେଳାଳୀମାନେ ଆଗେଇ ପାରିବେ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିମ ଇଣ୍ଡିଆ ଭାବନା ନେଇ କାର୍ଯ୍ୟ କରିବା ଉଚିତ । ଏଥିପାଇଁ ରାଜ୍ୟର ସୀମା ଠାରୁ ଊର୍ଦ୍ଧ୍ବକୁ ଯାଇ ଏକ ଜାତୀୟ ଭାବନା ତଥା ଦୃଷ୍ଟିକୋଣ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଏହି ଜାତୀୟ ସମ୍ମିଳନୀକୁ ଜ୍ଞାନର ଆଦାନପ୍ରଦାନ ପାଇଁ ଏକ ମଞ୍ଚ ଭାବେ ବ୍ୟବହାର କରିବା ଲାଗି କେନ୍ଦ୍ର ମନ୍ତ୍ରୀ ବିଭିନ୍ନ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି । ମନ୍ତ୍ରୀ ଆହୁରି କହିଥିଲେ ଯେ, ଦେଶରେ କ୍ରୀଡ଼ା ଇକୋସିଷ୍ଟମ ବିକଶିତ କରିବା ଲାଗି ବିଭିନ୍ନ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ା ପଦ୍ଧତିକୁ ପରସ୍ପର ସହ ବିନିମୟ କରିବାକୁ ହେବ । ଏଥିପାଇଁ ଏକ ମିଳିତ ଦୃଷ୍ଟିକୋଣ ଆପଣାଇବାର ଆବଶ୍ୟକତା ରହିଛି । କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, କ୍ରୀଡ଼ା ବିକାଶ ପାଇଁ ପ୍ରୟାସ ଆରମ୍ଭ କରିବା ସମୟରେ ସବୁ ରାଜ୍ୟ ପ୍ରାୟତଃ କେତେକ ସମାନ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ପରସ୍ପର ମଧ୍ୟରେ ଆଲୋଚନା କରାଯାଇ ଏସବୁ ସମସ୍ୟାର ଏକପ୍ରକାର ସମାଧାନ ଆଣିବାର ଆବଶ୍ୟକତା ରହିଛି ।

ଖେଲୋ ଇଣ୍ଡିଆ କ୍ରୀଡ଼ାର ପରିଧି ବଢ଼ାଇବ ଏବଂ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ଆୟୋଜନ ସମ୍ପର୍କରେ ଆଲୋଚନା କରିବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ରାଜ୍ୟମାନେ ଆଲୋଚନା କରିବାର ଆବଶ୍ୟକତା ରହିଛି । ଖେଲୋ ଇଣ୍ଡିଆ ଲିଗ୍‌ ଗେମ୍ସକୁ ତୀରନ୍ଦାଜ ଲିଗ୍‌, ହକି ଲିଗ୍‌ ଆଦି ଅନ୍ୟ କ୍ରୀଡ଼ା ଅନୁରୂପ ସମ୍ପ୍ରସାରଣ କରିବା ଲାଗି ପ୍ରସ୍ତାବ ରହିଛି । ଅଧିକ କ୍ରୀଡ଼ା ସମାରୋହ ଆୟୋଜନ କରାଗଲେ, ଖେଳାଳିମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ଅଧିକ ସୁଯୋଗ ପାଇବେ ଏବଂ ଆଗକୁ ବଢ଼ିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଠାକୁର କହିଥିଲେ ।

ସମ୍ମିଳନୀରେ ୧୫ଟି ରାଜ୍ୟର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ଭାରତ ସରକାରଙ୍କ କ୍ରୀଡ଼ା ସଚିବ ସୁଜାତା ଚତୁର୍ବେଦୀ, ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାରଙ୍କ ସମେତ ୩୩ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କ୍ରୀଡ଼ା ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି ।

ABOUT THE AUTHOR

...view details