ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ଅଷ୍ଟମ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଚୀନ ଅଧ୍ୟକ୍ଷତାରେ ଭର୍ଚୁଆଲ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ବିଷୟବସ୍ତୁ ଥିଲା ଉଚ୍ଚ-ଗୁଣାତ୍ମକ ବ୍ରିକ୍ସ ସହଭାଗୀତା, ଆର୍ନ୍ତଜାତିକ ବିକାଶ ପାଇଁ ଏକ ନୂତନ ଯୁଗରେ ପଥପ୍ରଦର୍ଶକ’ ବ୍ରାଜିଲ, ଋଷ ଏବଂ ଦକ୍ଷିଣ ଆଫ୍ରିକାର ମନ୍ତ୍ରୀ ଏବଂ ପ୍ରତିନିଧୀମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।
ବୈଠକରେ ଉଦବୋଧନ ଦେଇ ବିଶ୍ବ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ବାନକୁ ମୁକାବିଲା କରିବା ସହିତ ମନ୍ତ୍ରୀ ବ୍ରିକ୍ସ ରାଷ୍ଟ୍ର ଗୁଡିକର ମହତ୍ବ ଏବଂ ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ । ମନ୍ତ୍ରୀ ଯାଦବ ଅଙ୍ଗାରକାମ୍ଳ ବଜେଟ ଖର୍ଚ୍ଚ ପାଇଁ ବିକଶିତ ଦେଶଗୁଡିକର ଐତିହାସିକ ଦାୟିତ୍ବ ଜଳବାୟୁ କାର୍ଯ୍ୟ ଏବଂ ସ୍ଥାୟୀ ବିକାଶରେ ସମସ୍ତ କ୍ଷେତ୍ରରେ ସମାନତାସ, ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବାରେ ଜୀବନଶୈଳୀ ଏବଂ ଅସ୍ଥାୟୀ ବ୍ୟବହାରକୁ ରୋକିବା, ସାଧାରଣ କିନ୍ତୁ ଭିନ୍ନ ଭିନ୍ନ ଦାୟିତ୍ବବୋଧ ଏବଂ ସମ୍ମାନଜନକ କ୍ଷମତା, ଜାତୀୟ ପରିସ୍ଥିତି ଏବଂ ପ୍ରାଥମିକତା, ଜଳବାୟୁ ନ୍ୟାୟ, ଜଳବାୟୁ ଅର୍ଥନୀତି ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଉପରେ ବିକଶିତ ଦେଶଗୁଡିକ ଦ୍ବାରା ଦିଆଯାଇଥିବା ପ୍ରତିଶ୍ରୁତି ଗୁଡିକର ପୂରଣ ଉପରେ ଆଲୋକପାତ କରିଥିଲେ ।