ଓଡିଶା

odisha

Khelo India Youth Games: ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବ ପଞ୍ଚମ ସଂସ୍କରଣ

By

Published : Oct 20, 2022, 10:55 PM IST

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ( Khelo India Youth Games will be held in Madhya Pradesh) ର ଆଗାମୀ ସଂସ୍କରଣ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବ । ଆଜି ଦିଲ୍ଲୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର (Union Minister of Youth Affairs and Sports Anurag Singh Thakur) ଏହି ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ( Khelo India Youth Games will be held in Madhya Pradesh) ର ଆଗାମୀ ସଂସ୍କରଣ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବ । ଆଜି ଦିଲ୍ଲୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର (Union Minister of Youth Affairs and Sports Anurag Singh Thakur) ଏହି ସୂଚନା ପ୍ରଦାନ କରିଛନ୍ତି । ଏହି କ୍ରୀଡା ପ୍ରତିଯୋଗିତା ୨୦୨୩ ଜାନୁୟାରୀ ୩୧ ତାରିଖରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି , ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ( Chief Minister of Madhya Pradesh Shivraj Singh Chouhan) କହିଥିଲେ, “ମଧ୍ୟ ପ୍ରଦେଶକୁ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଆୟୋଜନ କରିବାର ସୁଯୋଗ ପ୍ରଦାନ କରି ଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି । ଆମେ ଏହାକୁ ସବୁଠାରୁ ସ୍ୱତନ୍ତ୍ର ଖେଲୋ ଇଣ୍ଡିଆ ଗେମ୍ସରେ ପରିଣତ କରିବାକୁ ପ୍ରତିଜ୍ଞା କରୁଛୁ ଏବଂ ଆମର ‘ଅତିଥି ଦେବୋ ଭବ’ ର ଦର୍ଶନକୁ ଆଖି ଆଗରେ ରଖି ଆମେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବୁ । ଆମ ମଧ୍ୟ ପ୍ରଦେଶରେ ବନ୍ଧୁକ ଚାଳନା ଏବଂ ଜଳ କ୍ରୀଡା ଏକାଡେମୀ ଗୁଡିକ ପରି ବିଶ୍ୱ ସ୍ତରୀୟ କ୍ରୀଡା ଷ୍ଟାଡିୟମ ଅଛି । ଅନେକ ପ୍ରକାରର ଅନ୍ୟାନ୍ୟ ସୁବିଧା ମଧ୍ୟ ଆଗକୁ ପ୍ରଦାନ କରାଯିବାର ଯୋଜନା ରହିଛି । ଭିତ୍ତିଭୂମି କ୍ଷେତ୍ରରେ ବୃଦ୍ଧି ପାଉଥିବା ବିକାଶ ଏବଂ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଆୟୋଜନ କରିବାର ସୌଭାଗ୍ୟ ସହିତ ମୁଁ ନିଶ୍ଚିତ ଯେ ମଧ୍ୟ ପ୍ରଦେଶରେ ଆଗକୁ ଏକ କ୍ରୀଡା ବିପ୍ଳବ ଘଟିବ ।”

ସ୍ୱଦେଶୀ ଖେଳ ପୁଣି ଥରେ ଆଗାମୀ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଏକ ଅଂଶ ବିଶେଷ ହେବ ବୋଲି ଉଲ୍ଲେଖ କରି ଅନୁରାଗ ସିଂହ ଠାକୁର କହିଥିଲେ, “ଅଲିମ୍ପିକ କ୍ରୀଡା ଏବଂ ସ୍ୱଦେଶୀ କ୍ରୀଡାକୁ ସମାନ ଢଙ୍ଗରେ ସମର୍ଥନ କରିବା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଥିଲା । ମୁଁ ମଧ୍ୟ ପ୍ରଦେଶକୁ ଧନ୍ୟବାଦ ଦେଉଛି, ଯେଉଁଠାରେ ମଲ୍ଲଖମ୍ବ ଖେଳକୁ ରାଜ୍ୟ କ୍ରୀଡାର ମାନ୍ୟତା ପ୍ରଦାନ କରାଯାଇଛି ।”

ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଆଗାମୀ ସଂସ୍କରଣରେ ସମୁଦାୟ ୨୭ ଟି ଶୃଙ୍ଖଳା (କ୍ରୀଡା) ପ୍ରଦର୍ଶିତ ହେବ । ଏହା ଖେଳ ଇତିହାସରେ ପ୍ରଥମ ଥର ପାଇଁ ଜଳ କ୍ରୀଡା ଅନ୍ତର୍ଭୁକ୍ତ ହେବ । ଚିରାଚରିତ ଭାବେ ଆୟୋଜିତ ହେଉଥିବା କ୍ରୀଡା ଏବଂ ସ୍ୱଦେଶୀ ଖେଳ ସହିତ କାନୋ ସ୍ଲାଲୋମ, କାୟାକିଂ, କାନୋଇଂ ଏବଂ ରୋଇଂ ଭଳି ନୂତନ କ୍ରୀଡା ମଧ୍ୟ ଏଥିରେ ପ୍ରଦର୍ଶିତ ହେବ । ଏହି ଖେଳ ମଧ୍ୟପ୍ରଦେଶର ଆଠଟି ସହର, ଭୋପାଳ, ଇନ୍ଦୋର, ଉଜ୍ଜୟିନୀ, ଗ୍ୱାଲିଅର, ଜବଲପୁର, ମାଣ୍ଡଲା, ଖାର୍ଗୋନ ଏବଂ ବାଲାଘାଟ ଠାରେ ଅନୁଷ୍ଠିତ ହେବ ।

ଆଜି (ଗୁରୁବାର) ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ, ନିଶିଥ ପ୍ରମାଣିକ, ମଧ୍ୟପ୍ରଦେଶ କ୍ରୀଡା ଏବଂ ଯୁବ କଲ୍ୟାଣ ମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆ, କ୍ରୀଡା ସଚିବ ସୁଜାତା ଚତୁର୍ବେଦୀ, ଭାରତୀୟ କ୍ରୀଡା ପ୍ରାଧିକରଣର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଏବଂ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ତଥା ଭାରତୀୟ କ୍ରୀଡା ପ୍ରାଧିକରଣ ଏବଂ ମଧ୍ୟ ପ୍ରଦେଶ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ABOUT THE AUTHOR

...view details