ଓଡିଶା

odisha

ETV Bharat / bharat

2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ - Union Home Minister Amit Shah

2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନଭେମ୍ବର 5 ଓ 6 ଦୁଇ ଦିନ ପଶ୍ଟିମବଙ୍ଗ ଗସ୍ତରେ ରହିବେ ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ଗୁୁରୁବାର ଗୃହମନ୍ତ୍ରୀ ଶାହଙ୍କ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତ
ଗୁୁରୁବାର ଗୃହମନ୍ତ୍ରୀ ଶାହଙ୍କ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତ

By

Published : Nov 4, 2020, 9:41 PM IST

Updated : Nov 4, 2020, 10:47 PM IST

କୋଲକାତା: ବିହାର ବିଧାନସଭା ନିର୍ବାଚନ ମଧ୍ୟରେ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନଭେମ୍ବର 5 ଓ 6 ଦୁଇ ଦିନ ପଶ୍ଟିମବଙ୍ଗ ଗସ୍ତରେ ରହିବେ ଗୃହମନ୍ତ୍ରୀ । ଏହି ସମୟରେ ସେ ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଦଳୀୟ ସଙ୍ଗଠନର ସମୀକ୍ଷା କରିବା ସହ ବାଙ୍କୁରା ଓ ରାଜଧାନୀ କୋଲକାତାରେ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ବୋଲି ଜଣାପଡିଛି ।

ଶାହ ନିଜ ଗସ୍ତର ଦ୍ବିତୀୟ ଦିନରେ ବାଙ୍କୁରା ଯାଇ ପୂର୍ବ ଏବଂ ପଶ୍ଚିମ ମେଦିନାପୁର, ବୀରଭୂମ, ପୁରୁଲିଆ ଏବଂ ବାଙ୍କୁରା ଜିଲ୍ଲାର ବିଜେପି ନେତାଙ୍କ ସହ ଏକ ସାଂଗଠନିକ ବୈଠକ କରିବେ। ବୈଠକ ପରେ ସନ୍ଧ୍ୟାରେ କୋଲକାତା ଫେରିବେ ଗୃହମନ୍ତ୍ରୀ।

ସେହିପରି ନଭେମ୍ବର 6ରେ ଶାହ ଦକ୍ଷିଣେଶ୍ବର କାଳୀ ମନ୍ଦିର ଦର୍ଶନ କରିବେ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଅଜୟ ଚକ୍ରବର୍ତ୍ତୀଙ୍କୁ ଭେଟିବେ। ପରେ ସେ ରାଜ୍ୟର ବିଜେପି ନେତାଙ୍କ ସହ ଏକ ବୈଠକରେ ଯୋଗଦେବେ। ଶାହ ମଧ୍ୟ ବାଙ୍କୁରା ଏବଂ କୋଲକାତାରେ ବିଜେପି କର୍ମୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ସୂଚନା ମିଳିଛି ।

ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି କହିଛନ୍ତି, ମୁଁ ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଯିବି। ବିଜେପି କର୍ମୀ, ଗଣମାଧ୍ୟମର ବନ୍ଧୁ ଏବଂ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଭେଟିବି। ଦଳୀୟ ସୂତ୍ରରୁ ପ୍ରକାଶ ଯେ ଶାହ ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଲାଶ ବିଜୟବର୍ଗୀୟ, ଉପାଧ୍ୟକ୍ଷ ମୁକୁଲ ରୟ ଏବଂ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ସହ ନିର୍ବାଚନୀ ରଣନୀତିକୁ ନେଇ ଆଲୋଚନା କରିବେ ।

Last Updated : Nov 4, 2020, 10:47 PM IST

ABOUT THE AUTHOR

...view details