ପାଟନା: ଦୁଇ ଦିନିଆ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିହାରରେ ପହଞ୍ଚିଛନ୍ତି । ତେବେ ବିହାରରେ କ୍ଷମତା ପରିବର୍ତ୍ତନ ହେବା ପର ଏହା ଶାହଙ୍କ 4ର୍ଥ ବିହାର ଗସ୍ତ । ଦୁଇ ଦିନରେ ଏକାଧିକ କାର୍ଯ୍ୟକ୍ରମରେ ଶାହ ଅଂଶଗ୍ରହଣ କରିବେ । ଆଜି ସେ ପାଟନାରେ ରାତ୍ରିଯାପନ କରିବା ସହ ଆସନ୍ତାକାଲି(ରବିବାର) ନଓ୍ବଦା ଗସ୍ତ କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେହିପରି ଆଜି ରାତ୍ରିଯାପନ ବେଳେ ସେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ଏକ ସମୀକ୍ଷା ବୈଠକ କରିବେ । ଏହି ଆଲୋଚନାରେ 2024 ସାଧାରଣ ପାଇଁ ଦଳ ତାର ରଣନୀତି ପ୍ରସ୍ତୁତ କରିବା ସହ ଶାହ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ବ ବଣ୍ଟନ କରିବା ନେଇ ମଧ୍ୟ ସୂଚନା ମିଳିଛି ।
ଆଜି ଅପରାହ୍ନରେ ଶାହ ପାଟନା ବିମାନ ବନ୍ଦରରେ ପହଞ୍ଚିବା ରାଜ୍ୟପାଳଙ୍କ ସମେତ ପରେ ବହୁ ବରିଷ୍ଠ ଦଳୀୟ ନେତା ତାଙ୍କୁ ସ୍ବାଗତ କରିଥିଲେ । ଫେବୃଆରୀ 25ରେ ସେ ଶେଷ ଥର ପାଇଁ ବିହାର ଆସିଥିଲେ । ଅନ୍ୟପଟେ ସେ ଆସନ୍ତାକାଲି ଶାହ ସାସାରାମ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏହାକୁ ସୁରକ୍ଷା ଦୃଷ୍ଟିରୁ ବାତିଲ କରାଯାଇଛି । ସେଠାରେ ରାମ ନବମୀ କାର୍ଯ୍ୟକ୍ରମରେ ଦେଖାଯାଇଥିବା ହିଂସାକାଣ୍ଡ ପାଇଁ ସ୍ଥାନୀୟ ପ୍ରଶାସନ ଧାରା 144 ଜାରି କରିଛି । ତେଣୁ ସେଠାରେ କାର୍ଯ୍ୟକ୍ରମ କରିବା ଆଦୌ ଉଚିତ ହେବ ନାହିଁ ।