ନୂଆଦିଲ୍ଲୀ:ଛତିଶଗଡ ଏନକାଉଣ୍ଟରରେ 22 ଯବାନ ଶହୀଦ । ଆସାମରୁ ଫେରି ଆସିଲେ ଗୃହମନ୍ତ୍ରୀ ଅମିତ ଶାହ । ନିର୍ବାଚନୀ ରାଲି ଛାଡି ଦିଲ୍ଲୀ ଫେରି ଆସିଛନ୍ତି ଶାହା ।
ଆସନ୍ତା 6 ତାରିଖରେ ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଆଜି ଶାହା ଆସାମ ଗସ୍ତ କରି ସେଠାରେ ତିନୋଟି ରାଲି କରିବାର ଯୋଜନା ରହିଥିଲା । ହେଲେ ସୁକମାରେ ଯବାନଙ୍କ ଶହୀଦ ସଂଖ୍ୟା 22 ବୃଦ୍ଧି ହେବା ସହ 31 ଆହତ ହେବା ପରେ ଶାହା ଗୋଟିଏ ରାଲିରେ ଯୋଗ ଦେଇ ଫେରି ଆସିଛନ୍ତି । ଏନେଇ ଆସାମ ନିର୍ବାଚନର କୋ-ଇନଚାର୍ଜ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।