ନୂଆଦିଲ୍ଲୀ: ଡରାଇଲାଣି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ (COVID variant Omicron) । ଏନେଇ ରାଜ୍ୟମାନଙ୍କ ସହିତ ଆଜି (ମଙ୍ଗଳବାର) ଏକ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ (Union Health Secretary) ।
ପୂର୍ବରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ( Ministry of Health And Family Welfare) ଅନ୍ତର୍ଜାତୀୟ ଗମନାଗମନ ଉପରେ ଗାଇଡଲାଇନ ଜାରି କରିଥିଲେ । ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବା ବିପଦପୂର୍ଣ୍ଣ ତାଲିକାରେ ଥିବା ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ଟେଷ୍ଟିଂ ଓ ସଙ୍ଗୋରୋଧକୁ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।
ବିମାନ ବନ୍ଦର ଏବଂ ବନ୍ଦରଗୁଡିକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ସେଠାରେ କୋଭିଡ ପ୍ରୋଟୋକଲର କଡାକଡି ଅନୁପାଳନ ପାଇଁ ବିମାନ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ (APHOs) ଏବଂ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ (PHO)କୁ ନିର୍ଦ୍ଦେଶ ଦିଆଯାଇଛି ।ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ(Omicron variant)କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO ସତର୍କ କରାଇବା ପରେ ବିଶ୍ବବ୍ୟାପୀ ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଛି ।