ନୂଆଦିଲ୍ଲୀ : ଆଜି ଟିକା ନେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ମଙ୍ଗଳବାର ସକାଳେ ଦିଲ୍ଲୀ ହାର୍ଟ ଆଣ୍ଡ ଲଙ୍ଗସ୍ ଇନଷ୍ଟିଚ୍ୟୁଟରେ ପତ୍ନୀ ନୂତନ ଗୋଏଲଙ୍କ ସହ କୋରୋନା ଭାଇରସର ଟିକା ନେଇଛନ୍ତି । 60 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଭାରତରେ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍-19 ଟୀକାକରଣ ଆରମ୍ଭ କରାଯାଇଛି । ଏହି ପର୍ଯ୍ୟାୟରେ ପାଖାପାଖି 270 ନିୟୁତ ହିତାଧିକାରୀ ଅନ୍ତର୍ଭୁକ୍ତ ହେବେ ।
ଟିକା ନେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ - Covid vaccine
ଆଜି ଟିକା ନେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ମଙ୍ଗଳବାର ସକାଳେ ଦିଲ୍ଲୀ ହାର୍ଟ ଆଣ୍ଡ ଲଙ୍ଗସ୍ ଇନଷ୍ଟିଚ୍ୟୁଟରେ ପତ୍ନୀ ନୂତନ ଗୋଏଲଙ୍କ ସହ ସେ ଟିକା ନେଇଛନ୍ତି । ଅଧିକ ପଢନ୍ତୁ...
ଟିକା ନେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ କୋଭାକ୍ସିନର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ସୋମବାର ସକାଳ 9 ଟାରୁ ଆରମ୍ଭ ହୋଇଥିଲା । କୋ-ୱିନ୍ ୱେବସାଇଟରେ ପଞ୍ଜୀକରଣ କରିବା ପରେ ଟିକା ନେଇ ପାରିବେ ବରିଷ୍ଠ ।