ଓଡିଶା

odisha

ETV Bharat / bharat

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା; କମିଛି ମୃତ୍ୟୁହାର, କ୍ରମାଗତ ବଢୁଛି ସୁବିଧା - ଡାକ୍ତର ହର୍ଷବର୍ଦ୍ଧନ

କ୍ରମାଗତ ସଂକ୍ରମଣ ବୃଦ୍ଧି ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସମୀକ୍ଷା । ସ୍ଥିତି ଉପରେ କଡା ନଜର ରଖିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ମହାମାରୀ କୋରୋନାରେ ମୃତ୍ୟୁହାର କମୁଥିବା ନଜର ଆସୁଛି । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା; କମିଛି ମୃତ୍ୟୁହାର, କ୍ରମାଗତ ବଢୁଛି ସୁବିଧା
ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା; କମିଛି ମୃତ୍ୟୁହାର, କ୍ରମାଗତ ବଢୁଛି ସୁବିଧା

By

Published : Apr 20, 2021, 6:33 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର କ୍ରମାଗତ ସଂକ୍ରମଣ ବୃଦ୍ଧି ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସମୀକ୍ଷା । ସ୍ଥିତି ଉପରେ କଡା ନଜର ରଖିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ମହାମାରୀ କୋରୋନାରେ ମୃତ୍ୟୁହାର କମୁଥିବା ନଜର ଆସୁଛି । ଏହାସହିତ କୋରୋନାକୁ ନେଇ ସୁବିଧା ବୃଦ୍ଧି କରାଯାଉଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କ୍ରମାଗତ ସଂକ୍ରମଣ ବୃଦ୍ଧି ମଧ୍ୟରେ ସୁବିଧାରେ ବଢାଯାଉଛି । କୋରୋନାରେ ମୃତ୍ୟୁ ହାର କମିଛି । ତେବେ ଦେଶରେ ଅଧିକ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି, ସାରା ଦେଶରେ କୋରୋନା ସମର୍ପିତ 2084 ହସ୍ପିଟାଲ ରହିଛି । ସେହିପରି 1200ରୁ ଅଧିକ କ୍ବାରେଣ୍ଟାଇନ ସେଣ୍ଟର ରହିଥିବା ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ହର୍ଷବର୍ଦ୍ଧନ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ କୋରୋନା ଯୋଦ୍ଧା ସାଜି କାମ କରୁଛନ୍ତି । କୋରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଯୋଦ୍ଧା ସାଜି କାମରେ ଲାଗିଛନ୍ତି ପ୍ରଧାନମନ୍ତ୍ରୀ । ସେ ବାରମ୍ବାର ପରିସ୍ଥିତି ଉପରେ ବୈଠକ କରୁଥିବା କହିଛନ୍ତି ହର୍ଷବର୍ଦ୍ଧନ ।

ABOUT THE AUTHOR

...view details