ଓଡିଶା

odisha

By

Published : Jun 15, 2022, 9:14 PM IST

ETV Bharat / bharat

କୋଚିନ ବନ୍ଦରର ତିନି ବର୍ଷର ଋଣ ପରିଶୋଧ ମହଲତକୁ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ କମିଟି( Cabinet Committee on Economic Affairs) ଭାରତ ସରକାରଙ୍କର ୪୪୬.୮୩ କୋଟି ଟଙ୍କାର ବକେୟା ଋଣ ଅର୍ଥ ପରିଶୋଧ ପାଇଁ ତିନି ବର୍ଷର ଅବଧି (୨୦୨୦- ୨୧, ୨୦୨୧ -୨୨ ଏବଂ ୨୦୨୨-୨୩) ନିମନ୍ତେ ଏକ ଋଣ ପରିଶୋଧ ମହଲତକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

କୋଚିନ ବନ୍ଦରର ତିନି ବର୍ଷର ଋଣ ପରିଶୋଧ ମହଲତକୁ ମଞ୍ଜୁରୀ
କୋଚିନ ବନ୍ଦରର ତିନି ବର୍ଷର ଋଣ ପରିଶୋଧ ମହଲତକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ କମିଟି( Cabinet Committee on Economic Affairs) ଭାରତ ସରକାରଙ୍କର ୪୪୬.୮୩ କୋଟି ଟଙ୍କାର ବକେୟା ଋଣ ଅର୍ଥ ପରିଶୋଧ ପାଇଁ ତିନି ବର୍ଷର ଅବଧି (୨୦୨୦- ୨୧, ୨୦୨୧ -୨୨ ଏବଂ ୨୦୨୨-୨୩) ନିମନ୍ତେ ଏକ ଋଣ ପରିଶୋଧ ମହଲତକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ମହଲତ କୋଭିଡ ୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ କୋଚିନ ବନ୍ଦର ପ୍ରାଧିକରଣ (Cochin Port Authority)କୁ ଦିଆଯାଇଛି ।

ବକେୟା ଋଣ ସମୁଦାୟ ଅର୍ଥ ରାଶି ୨୦୧୮ -୧୯ ରୁ ଆରମ୍ଭ ହୋଇ ୧୦ଟି କିସ୍ତିରେ ସୁଝିବାକୁ ଥିଲା । କିନ୍ତୁ କୋଚିନ ବନ୍ଦର ପ୍ରାଧିକରଣ କେବଳ ୨୦୧୮ -୧୯ ଏବଂ ୨୦୧୯ -୨୦ର କିସ୍ତି ଗୁଡିକୁ ପ୍ରଦାନ କରି ପାରିଥିଲେ । ୨୦୨୦ -୨୧ ଠାରୁ କୋଭିଡ ୧୯ ମହାମାରୀ କାରଣରୁ ପରିବହନ ଅତ୍ୟଧିକ ପରିମାଣରେ ପ୍ରଭାବିତ ହୋଇଥିଲା । ଯାହା ଫଳରେ ନଗଦ ଅର୍ଥ କାରବାର ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା । ଯଦ୍ବାରା କୋଚିନ ବନ୍ଦର ୨୦୨୦ -୨୧ ଏବଂ ୨୦୨୧ -୨୨ର କିସ୍ତି ଦେଇ ପାରି ନଥିଲେ । କୋଚିନ ବନ୍ଦରକୁ ନଭେମ୍ବର ୨୦୨୧ ଠାରୁ କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ବନ୍ଦର ପ୍ରାଧିକରଣ ଅଧିନିୟମ, ୨୦୨୧ ଅଧୀନକୁ ଅଣାଯାଇଛି ।

ବର୍ଷ ୧୯୩୬ - ୩୭ ରୁ ୧୯୯୪- ୯୫ ମଧ୍ୟରେ ବିଭିନ୍ନ ଭିତ୍ତିଭୂମିର ଉନ୍ନୟନମୂଳକ କାର୍ଯ୍ୟକଳାପ ନିମନ୍ତେ କୋଚିନ ବନ୍ଦର ଭାରତ ସରକାରଙ୍କ ଠାରୁ ଋଣ ନେଇଥିଲା । ତେବେ ଋଣ ଉପରେ ସୁଧକୁ ଛାଡ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ କମିଟି ମଞ୍ଜୁରୀ ପ୍ରଦାନ କରିଛି ।

ABOUT THE AUTHOR

...view details