ନୂଆଦିଲ୍ଲୀ :ସେପ୍ଟେମ୍ବର 17 ତାରିଖକୁ କଳା ଦିବସ ଭାବେ ପାଳନ କରିବ ଶିରୋମଣୀ ଅକଳୀ ଦଳ । ୧୭ ସେପ୍ଟେମ୍ବର କେନ୍ଦ୍ର ସରକାର କୃଷି ଆଇନ ଲାଗୁ କରିଥିଲେ । ଯାହା ଏକ ବର୍ଷ ପୂରଣ କରିବାକୁ ଯାଉଛି । ଯାହାକୁ ନେଇ କଳାଦିବସ ପାଳନ କରିବାକୁ ଘୋଷଣା କରିଛି ଶିରୋମଣୀ ଅକାଳୀ ଦଳ । କେନ୍ଦ୍ରର NDA ସରକାରରେ ସହଯୋଗୀ ଥିବା ଅକାଳି ଦଳ ଏହି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ NDA ମେଣ୍ଟରୁ ଓହରି ଯାଇଥିବା ଦେଖିବାକୁ ମିଳିଥିଲା ।
ଏହି ଆଇନ ଲାଗୁ ହେବା ପରେ ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରେ କୃଷକ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଥିଲା । ପରେ ଦିଲ୍ଲୀ ଲାଲକିଲ୍ଲା ହିଂସା ଆନ୍ଦୋଳନର ଗତି ବଦଳାଇ ଦେଇଥିଲା । ଅନ୍ୟ କିଛି ସହଯୋଗୀ କୃଷକ ସଂଗଠନ ସେମାନଙ୍କର ପ୍ରତିବାଦ ପ୍ରତ୍ୟାହାର କରି ନେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଭାରତୀୟ କିଶାନ ୟୁନିୟନ ଆଇନର ପ୍ରତ୍ୟାହାର କରିବା ପାଇଁ ଦାବି ଜାରି ରଖିଛି ।