ନୂଆଦିଲ୍ଲୀ: ଆଜି(ଶୁକ୍ରବାର) କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ CBSE ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । CBSE ଦଶମ ଓ ଦ୍ବାଦଶ ରେଜଲ୍ଟ ମାର୍କିଂ ନେଇ ଛାତ୍ରଛାତ୍ରୀଙ୍କ ମତାମତ ଲୋଡିବେ ଶିକ୍ଷା ମନ୍ତ୍ରୀ ।
ଟ୍ବିଟ କରି ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, 'ଆଜି ଅପରାହ୍ନ 4ଟାରେ ମୁଁ CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବି । ଯଦି ଆପଣଙ୍କର କିଛି ସନ୍ଦେହ କି ପରାମର୍ଶ ଦେବାର ଥିବ ତେବେ ଅପରାହ୍ନ ସୁଦ୍ଧା ଫେସବୁକ୍ କିମ୍ବା ଟ୍ବିଟର ମାଧ୍ୟମରେ ଜଣାଇପାରିବେ । '