ଓଡିଶା

odisha

ETV Bharat / bharat

ଆଇଆରଇଡିଏ ରେ 15 ଶହ କୋଟି ନିବେଶକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁର

ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି (Cabinet Committee on Economic Affairs) ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ (ଆଇଆରଇଡିଏ) ରେ ଇକ୍ବିଟି ସେୟାର କ୍ରୟ ମାଧ୍ୟମରେ 1500 କୋଟି ଟଙ୍କା ନିବେଶକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଅଧିକ ପଢନ୍ତୁ

By

Published : Jan 19, 2022, 10:55 PM IST

Indian Renewable Energy Development Agency Limited
Indian Renewable Energy Development Agency Limited

ନୂଆଦିଲ୍ଲୀ: ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି (Cabinet Committee on Economic Affairs) ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ (ଆଇଆରଇଡିଏ) ରେ ଇକ୍ବିଟି ସେୟାର କ୍ରୟ ମାଧ୍ୟମରେ 1500 କୋଟି ଟଙ୍କା ନିବେଶକୁ ମଞ୍ଜୁରି ପ୍ରଦାନ କରିଛନ୍ତି।

ଏହା ଦ୍ବାରା ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ 10 ହଜାର 200 ରୋଜଗାର ଦିବସ ସୃଷ୍ଟି ହେବ । ତଥା ପ୍ରତି ବର୍ଷ 7.49 ନିୟୁତ ଟନ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। ଭାରତ ସରକାରଙ୍କ ଦ୍ବାରା 1500 କୋଟି ଟଙ୍କା ପ୍ରଦାନ କରି ସେୟାର କ୍ରୟ କରିବା ଦ୍ବାରା ଆଇଆରଇଡିଏ ବିଶେଷତ୍ବ 3 ଟି ଲାଭ ମିଳିବ ।

ପ୍ରଥମ- ଅକ୍ଷୟ ଉର୍ଜା ସେକ୍ଟରକୁ ପ୍ରାୟ 12,000 କୋଟି ଟଙ୍କାର ଋଣ ମିଳିବ । ଯଦ୍ବାରା ଅକ୍ଷୟ ଶକ୍ତି (ଆରଇ) କ୍ଷେତ୍ରର ଋଣ ଆବଶ୍ୟକତା ପୂରଣ ହେବ । ତଥା ପ୍ରାୟ 3500-4000 ମେଗାୱାଟର ଅତିରିକ୍ତ କ୍ଷମତା ସୃଷ୍ଟି ହେବ।

ଦ୍ବିତୀୟ-ଏହାର ନେଟ ସମ୍ପତ୍ତି ବୃଦ୍ଧିରେ ସହାୟତା ମିଳିବ । ଯାହାଦ୍ବାରା ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରିବ। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଅକ୍ଷୟ ଶକ୍ତି ଲକ୍ଷ୍ୟକୁ ପାଇବାରେ ଉନ୍ନତ ଯୋଗଦାନ ମିଳିବ।

ତୃତୀୟ-ଋଣ ପ୍ରଦାନ ଓ ଗ୍ରହଣ କାର୍ଯ୍ୟରେ ସୁବିଧା ପାଇଁ ପୁଞ୍ଜି ଆଧାରିତ ପରିସମ୍ପତ୍ତି ଅନୁପାତ (ସିଆରଏଆର) ରେ ଉନ୍ନତି ହେବ।

ଆଇଆରଇଡିଏ ( Indian Renewable Energy Development Agency Limited) ଏକ ମିନି ରତ୍ନ କମ୍ପାନୀ ଅଟେ। ଯାହା ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ । ଏହାକୁ 1987 ମସିହାରେ ସ୍ଥାପିତ କରାଯାଇଥିଲା । ଯଦ୍ବାରା ଏହା ଅକ୍ଷୟ ଶକ୍ତି (ଆରଇ) ସେକ୍ଟର ପାଇଁ ଏକ ବିଶିଷ୍ଟ ଅଣ-ବ୍ୟାଙ୍କିଂ ଆର୍ଥିକ ଏଜେନ୍ସି ଭାବରେ କାର୍ଯ୍ୟ କରୁଛି। ଆଇଆରଇଡିଏ ର 34 ବର୍ଷରୁ ଅଧିକ ପ୍ରଯୁକ୍ତି-ବାଣିଜ୍ୟିକ ଅଭିଜ୍ଞତା ରହିଛି। ଏହା ଅକ୍ଷୟ ଶକ୍ତି ପ୍ରକଳ୍ପ ଆର୍ଥିକ ସହାୟତା କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଯଦ୍ବାରା ଆର୍ଥିକ ସଂସ୍ଥା ବା ବ୍ୟାଙ୍କକୁ ଏହି ସେକ୍ଟରରେ ଋଣ ପ୍ରଦାନ ପାଇଁ ବିଶ୍ବାସ ସୃଷ୍ଟି ହୋଇପାରୁଛି ।

@IASN

For All Latest Updates

ABOUT THE AUTHOR

...view details