ନୂୂଆଦିଲ୍ଲୀ:ସଂସଦରେ ଚଳିତବର୍ଷର ସାଧାରଣ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହିି ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୩୯ ଳକ୍ଷ ୪୫ ହଜାର କୋଟି ବ୍ୟୟବରାଦ କରାଯାଇଛି । କୃଷି, ଶିକ୍ଷା, ପ୍ରତିରକ୍ଷା, ଭିତ୍ତିଭୂମି, ଯୋଗାଯୋଗ, ବାଣିଜ୍ୟ ବିଭିନ୍ନ କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦିଆଯାଇଛି ।
ଆସନ୍ତୁ ନଜର ପକାଇବା ଚଳିତବର୍ଷର ବଜେଟ ମୁଖ୍ୟାଂଶ ଉପରେ:-
ଆର୍ଥିକ ବର୍ଷ ୨୦୨୨ ପାଇଁ ଜିଡିପି ଅଭିବୃଦ୍ଧି ହାର 9.2%କୁ ବୃଦ୍ଧି ଲକ୍ଷ୍ୟ । ଯାହା ବୃହତ ଅର୍ଥନୀତିରେ ସର୍ବାଧିକ ।
ଆତ୍ମନିର୍ଭର ଭାରତ ଅଭିଯାନରେ ୬ କ୍ଷେତ୍ରକୁ ବିଶେଷ ଗୁରୁତ୍ବ । ୬ ମିଲିୟନ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ । ବ୍ୟୟବରାଦ ୧୯୫୦୦ କୋଟି ।
ଡିଜିଟାଲ ଇକୋନୋମିକୁ ପ୍ରୋତ୍ସାହନ ।
ଦେଶର ୭୫ ଜିଲ୍ଲାରେ ଆରମ୍ଭ ହେବ ୭୫ ଡିଜିଟାଲ ବ୍ୟାକିଂ ସିଷ୍ଟମ ।
ପୋଷ୍ଟ ଅଫିସରେ ଆରମ୍ଭ ହେବ କୋର ବ୍ୟାକିଂ ସର୍ଭିସ ।
ଦେଶରେ ଯୋଗାଯୋଗ ଓ ଗମନାଗମନକୁ ବଳ ଦେବ ପିଏମ ଗତିଶକ୍ତି ଯୋଜନା । ୭ ସୂତ୍ରୀ ଯୋଜନାରେ ଗମନା ଗମନ କ୍ଷେତ୍ରରେ ବିପ୍ଳବ ଆଣିବାକୁ ପ୍ରୟାସ । ବିକଶିତ ହେବ ୨୦୦୦ କିମି ରେଳପଥ । ୨୦୨୩ ସୁଦ୍ଧା ୨୫ ହଜାର କିମି ରାଜପଥ ନିର୍ମାଣ ସାରିବାକୁ ଲକ୍ଷ୍ୟ ।
୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତିଷ୍ଠା ହେବ ମଲ୍ଟିମୋଡାଲ ଲଜିଷ୍ଟିକ ପାର୍କ । ପିପିପି ମୋଡରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ।
ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ (ECLGS) ଅବଧି ୨୦୨୩ କୁ ବୃଦ୍ଧି । ଖର୍ଚ୍ଚ ହେବ ୫୦ ହଜାର କୋଟି ।
ପିଏମ ଆବାସ ଯୋଜନା (PM Awas yojana) ଅଧିନରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ 8 ମିଲିୟନ୍ ନୂତନ ବାସଗୃହ ନିର୍ମାଣ ଲକ୍ଷ୍ୟ ।
ଗହମ ଏବଂ ଧାନ ଚାଷୀଙ୍କୁ 2.37 ଟ୍ରିଲିୟନ୍ ମୂଲ୍ୟର ସିଧାସଳଖ MSP ପ୍ରଦାନ ଲକ୍ଷ୍ୟ ।
MSME କ୍ଷେତ୍ର ପାଇଁ 2 ଟ୍ରିଲିୟନ ଆଉଟଲେଟ, 13 ଏମଏସଏମଇ ପାଇଁ ଅତିରିକ୍ତ ଋଣ ବ୍ୟବସ୍ଥା ।
ଆର୍ଥିକ ବର୍ଷ ୨୦୨୩ରେ PM ହାଉସିଂ ସ୍କିମ ଅଧୀନରେ 48,000 କୋଟିର ବ୍ୟୟବରାଦ ଯୋଜନା । ଉତ୍ତର-ପୂର୍ବର ବିକାଶ ପାଇଁ 1,500 କୋଟିର ବ୍ୟୟବରାଦ । ଡିଜିଟାଲ ଇନଫ୍ରାକୁ ପ୍ରୋତ୍ସାହିତ କରିବା ପାଇଁ ଲାଗୁ ହେବ ଦେଶ ଷ୍ଟକ ଇ ପୋର୍ଟାଲ ।