ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2023-24 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ଅନେକ କିଛି ବଡ ଘୋଷଣା କରାଯାଇଛି । ଦେଶରେ 38 ହଜାର 800 ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଏକଲବ୍ୟ ସ୍କୁଲ ପାଇଁ ଏହି ଶିକ୍ଷକ ନିଯୁକ୍ତି ଦିଆଯିବ ।
ଆସନ୍ତା ଆର୍ଥିକ 3 ବର୍ଷ ମଧ୍ୟରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲଗୁଡିରେଲ 38 ହଜାର 800 ଶିକ୍ଷକ ଓ ସର୍ପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବ । 3.5 ଲକ୍ଷ ଆଦିବାସୀ ପିଲାଙ୍କ ପାଇଁ ଥିବା 740 ସ୍କୁଲରେ ଏପରି ବ୍ୟବସ୍ଥା କରାଯିବ । ପିଲାଙ୍କ ଶିକ୍ଷା ବ୍ୟବସ୍ଥାକୁ ଉତ୍ତମ କରିବାକୁ ବହି ସହିଚ ଡିଜିଟାଲ ଲାଇବ୍ରେରୀ ବ୍ୟବସ୍ଥା କରାଯିବ । ଶିକ୍ଷକଙ୍କ ପ୍ରଶିକ୍ଷଣକୁ ଗୁରୁତ୍ବ ଦିଆଯିବ । ପିଲାମାନଙ୍କ ପାଇଁ ଜାତୀୟ ପାଠଶାଳା ଖୋଲାଯିବ । ପ୍ରତି ପଞ୍ଚାୟତ ଓ ୱାର୍ଡରେ ଲାଇବ୍ରେରୀ ଖୋଲାଯାଇ ପିଲାଙ୍କୁ ବହି ଯୋଗାଇ ଦିଆଯିବ । ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।