ଓଡିଶା

odisha

ETV Bharat / bharat

କୃଷି ଆଇନ ଆଣି ଚାଷୀଙ୍କ ଉନ୍ନତି ପାଇଁ ଚେଷ୍ଟା କରିଥିଲେ ମୋଦି; ତୋମାର

ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଅଧିକ ପଢନ୍ତୁ

By

Published : Nov 19, 2021, 5:10 PM IST

Union Agriculture minister Narendra Singh
କୃଷି ଆଇନ ମାଧ୍ୟମରେ କୃଷକଙ୍କ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଥିଲେ ପିଏମ ମୋଦି

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ପ୍ରତ୍ୟାହାର (Farm Laws Repealed) କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି । ଦୀର୍ଘ ଏକ ବର୍ଷ ହେଲା କୃଷି ଆଇନକୁ ରଦ୍ଦ କରିବା ପାଇଁ ଆନ୍ଦୋଳନ କରୁଥିବା ବିଭିନ୍ନ କୃଷକ ସଂଗଠନ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (union agriculture minister narendra singh tomar) ।

ନୂତନ କୃଷି ଆଇନ ପ୍ରତ୍ୟାହାର ପରେ କେନ୍ଦ୍ର କୃଷିମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ କୃଷକଙ୍କୁ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତିତ ଥିଲେ ଏବଂ ନୂତନ କୃଷି ଆଇନ ମାଧ୍ୟମରେ କୃଷକଙ୍କ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଏହି ଆଇନକୁ ନେଇ ଦେଶରେ ଭିନ୍ନ ପରିସ୍ଥିତି, ବିଭିନ୍ନ ଚାଷୀ ସଂଗଠନର ପ୍ରବଳ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ଏହି ଆଇନକୁ ନେଇ କୃଷକଙ୍କୁ ସରକାର ବୁଝାଇବା ପାଇଁ ଚେଷ୍ଟା କରିଛି କିନ୍ତୁ ଚାଷୀ ବୁଝିବାରେ ସକ୍ଷମ ହୋଇପାରିନାହାଁନ୍ତି। ତେଣୁ ପବିତ୍ର ଗରୁ ନାନକଙ୍କ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟାହାର କରିଛନ୍ତି । ଏହା ପିଏମ ମୋଦିଙ୍କ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ।

ସୂଚନାଥାଉକି ଗତ ବର୍ଷ ସଂସଦରେ ଉଭୟ ସଦନରେ ତିନୋଟି ନୂତନ କୃଷି ବିଲ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଆଇନରେ ପରିଣତ ହୋଇଥିଲା । ୨୦୨୦ ନଭେମ୍ବର ୨୬ ରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ। ଦିଲ୍ଲୀର ସିଂଘୁ ବର୍ଡର, ଟିକିର ସମେତ ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ଆନ୍ଦୋଳରେ ବସିଥିଲେଚାଷୀ ସଂଗଠନ।

ତେବେ ଏହାକୁ ନେଇ ଦେଶର ବିଭିନ୍ନ କୃଷକ ସଂଗଠନ ପ୍ରବଳ ବିରୋଧ କରିଥିଲେ । ବିଶେଷ କରି ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରବଳ ବିରୋଧ କରିଥିଲେ ବିଭିନ୍ନ ଚାଷୀ ସଂଗଠନ । ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ ହିଂସାତ୍ମକ ପ୍ରଦର୍ଶନ କିରଥିଲେ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ଚାଷୀ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଥିଲା ।

ABOUT THE AUTHOR

...view details