ଓଡିଶା

odisha

By

Published : May 7, 2021, 4:49 PM IST

ETV Bharat / bharat

ମରିନାହିଁ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ, ମୃତ୍ୟୁ ଖବରକୁ ଖଣ୍ଡନ କଲା ଦିଲ୍ଲୀ AIIMS

କୋରୋନାରେ ଛୋଟା ରାଜନର ମୃତ୍ୟୁ ନେଇ ସାମ୍ନାକୁ ଆସିଥିଲା ଖବର । ମୃତ୍ୟୁ ଖବରକୁ ଖଣ୍ଡନ କରିଛି ଦିଲ୍ଲୀ AIIMS । ଅଧିକ ପଢନ୍ତୁ...

ମରିନାହିଁ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ, ମୃତ୍ୟୁ ଖବରକୁ ଖଣ୍ଡନ କଲା ଦିଲ୍ଲୀ AIIMS
ମରିନାହିଁ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ, ମୃତ୍ୟୁ ଖବରକୁ ଖଣ୍ଡନ କଲା ଦିଲ୍ଲୀ AIIMS

ନୂଆଦିଲ୍ଲୀ: ବଞ୍ଚିଛି ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ । କୋରୋନାରେ ଛୋଟା ରାଜନର ମୃତ୍ୟୁ ନେଇ ସାମ୍ନାକୁ ଆସିଥିଲା ଖବର । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛି ଛୋଟା ରାଜନ । ସେ ମହାମାରୀ କୋରୋନାରେ ସଂକ୍ରମିତ ଥିଲା ।

କୋରୋନାରେ ସଂକ୍ରମିତ ହେବା ପରେ 62 ବର୍ଷୀୟ ଛୋଟା ରାଜନକୁ ତିହାଡ ଜେଲରୁ ନେଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଛୋଟା ରାଜନ ବିରୋଧରେ 24ରୁ ଅଧିକ ମାମଲା ରହିଛି । ଏଥିମଧ୍ୟରୁ 4ଟି ମାମଲାରେ ଦଣ୍ଡ ଶୁଣାଇ ସାରିଥିଲେ କୋର୍ଟ ।

ଛୋଟା ରାଜନ(ସଦାଶିବ)କୁ ତିହାଡ ଜେଲ ପରିସରରେ ଜେଲ-ନମ୍ବର 2ରେ ଥିବା ସୁରକ୍ଷିତ ୱ୍ବାର୍ଡରେ ରଖାଯାଇଥିଲା । ଛୋଟା ରାଜନକୁ ବିଭିନ୍ନ ଅପରାଧିକ ମାମଲାରେ 10 ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଶୁଣାଯାଇଥିଲା ।

ABOUT THE AUTHOR

...view details