ରାଞ୍ଚି:ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ଜଣେ ଜେଲ୍ ଅନ୍ତେବାସୀ ସିଦ୍ଧେଶ୍ବର ଓରିଆ ରାଞ୍ଚିର RIMS ହସ୍ପିଟାଲରୁ ଖସି ପଳାଇଥିବା ପୋଲିସ ସୂଚନା ଦେଇଛି । ତାକୁ ଗତ ଫେବୃଆରୀ 4 ତାରିଖ ଦିନ ଚିକିତ୍ସା ନିମନ୍ତେ ଡୁମକାରୁ RIMS ହଲ୍ପିଟାଲକୁ ଆଣାଯାଇଥିଲା ।
ଆଜି ଜଣେ ନର୍ସ ଡ୍ୟୁଟି କରିବାକୁ ଆସିବା ବେଳେ ଚିକିତ୍ସିତ ହେଉଥିବା ସିଦ୍ଧେଶ୍ବର ବେଡରେ ନଥିବା ଦେଖିକୁ ପାଇଥିଲେ । ପରେ ସେ ଖସି ପଳାଇଥିବା ପୋଲିସ ପ୍ରକାଶ କରିଛି । ଓରିଆକୁ ଏକ ମର୍ଡର କେସରେ ଡମକା ଜେଲରେ ରଖାଯାଇଥିଲା ।
ଚମ୍ପଟ ମାରିଥିବା ଅଭିଯୁକ୍ତ କିଛି ଦିନ ତଳେ ଅସୁସ୍ଥତା ଥିବା ଅଭିଯୋଗ କରିଥିଲା । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ପ୍ରଥମେ ତାଙ୍କର ଯାଞ୍ଚ କରାଗଲା ଏବଂ ପରେ ଅର୍ଥାତ ଫେବୃଆରି 4 ତାରିଖ ଦିନ ଚିକିତ୍ସା ପାଇଁ ରାଞ୍ଚିର ରିମ୍ସକୁ ପଠା ଯାଇଥିଲା ।
ତାଙ୍କ ସୁରକ୍ଷା ଦାୟିତ୍ବରେ 2 ଜଣ ପୋଲିସକୁ ମଧ୍ୟ ମୁତୟନ କରାଯାଇଥିଲା । ତଥାପି ସେ ରହୁଥିବା ଓ୍ବାର୍ଡରୁ ଖସି ପଳାଇବାରେ ସମର୍ଥ ହୋଇଛି । ବେଡରେ ସେ ନଥିବା ଦେଖି ଡ୍ୟୁଟିରେ ଥିବା ନର୍ସ ଆଲାର୍ମ ବଜାଇଥିଲେ । ବହୁତ ସମୟ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇ ନଥିଲେ ।