ଡେରାଡୁନ: ଋଷିକେଶ-ଶ୍ରୀନଗରର ଶିବପୁରୀ ନିକଟରେ ଏକ ନିର୍ମାଣଧୀନ ବ୍ରିଜ ଭୁଷୁଡି ପଡିଛି । ବ୍ରିଜ ତଳେ 15 ରୁ 20 ଶ୍ରମିକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ତେବେ ଏସଡିଆରଏଫ ଟିମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅନ୍ଧାର ହେତୁ କେତେଜଣ ଶ୍ରମିକ ପୋତି ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା 11 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅନେକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଭୁଷୁଡିଲା ଋଷିକେଶ-ଶ୍ରୀନଗର ନିର୍ମାଣଧୀନ ବ୍ରିଜ, 20 ଶ୍ରମିକ ଚାପି ହୋଇଥିବା ଆଶଙ୍କା - ଋଷିକେଶ-ଶ୍ରୀନଗର ନିର୍ମାଣଧୀନ ବ୍ରିଜ
ଋଷିକେଶ-ଶ୍ରୀନଗର ର ଶିବପୁରୀ ନିକଟରେ ଏକ ନିର୍ମାଣଧୀନ ବ୍ରିଜ ଭୁଷୁଡି ପଡିଛି । ବ୍ରିଜ ତଳେ 15 ରୁ 20 ଶ୍ରମିକ ଚାପି ହୋଇଥିବା କୁହାଯାଉଛି । ଅଧିକ ପଢନ୍ତୁ:
ଭୁଷୁଡିଲା ଋଷିକେଶ-ଶ୍ରୀନଗର ନିର୍ମାଣଧୀନ ବ୍ରିଜ, 20 ଶ୍ରମିକ ଚାପି ହୋଇଥିବା ଆଶଙ୍କା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ