ଭୋପାଳ:କଟନି ଜିଲ୍ଲାର ସ୍ଲିମନାବାଦର ବରଗୀ ଅଣ୍ଡରଗ୍ରାଉଣ୍ଡ କେନାଲର ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 9 ଜଣ ଶ୍ରମିକ ଟନେଲ ମଧ୍ୟରେ ଫସି ରହିଥିଲେ । ସେଥିମଧ୍ୟରୁ ସେଥିରୁ 5 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ 4ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁସାରେ, ଗତ ଶନିବାର ରାତିରେ କଟନି ଜିଲ୍ଲାର 30 ନଂ ଜାତୀୟ ରାଜପଥରେ ନିର୍ମାଣଧୀନ ଅଣ୍ଡରଗ୍ରାଉଣ୍ଡ ଟନେଲର କାର୍ଯ୍ୟ ଚାଲୁଥିବା ସମୟରେ ଟନେଲ ଏକ ଅଶଂ ଭୁଶୁଡି ପଡିଥିଲା । ଯାହା ଫଳରେ ଏଠାରେ କାମ କରୁଥିବା 9 ଜଣ ଶ୍ରମିକ ମାଟି ଭିତରେ ପୋତି ହୋଇଯାଇଥିଲେ । ତେବେ ଏହାର ଖବର ପାଇଁ ଜିଲ୍ଲାପାଳ ଓ ପୋଲିସ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଏନଏଚଆଇ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।